ହୁସିଆର! କ୍ଷୀର ନାଁ ରେ ଜହର ପିଉଛନ୍ତି ଆପଣ,ବଜାରରେ ମିଳୁଥିବା ୬୫ ଭାଗ କ୍ଷୀରରେ  ମିଶ୍ରିତ ହେଉଛି ଏହିଭଳି ଉତ୍ପାଦ,ନିୟମିତ ପିଇଲେ ମୃତ୍ୟୁ ସୁନିଶ୍ଚିତ । 

95

ଶରୀରକୁ ଶକ୍ତି ଯୋଗାଇବା ସହ ସ୍ୱାସ୍ଥ୍ୟବସ୍ଥା ପାଇଁ ବେଶ ଉପକାରିତା ହୋଇଥାଏ କ୍ଷୀର । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୟଷ୍କ ପର‌୍ୟ୍ୟନ୍ତ ସମସ୍ତେ କ୍ଷୀର ପିଇବାକୁ ଭଲ ପାଇଥାନ୍ତି । କିନ୍ତୁ କ୍ଷୀରକୁ ନେଇ ଏଭଳି ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର‌୍ୟ୍ୟ ହୋଇଯିବେ । ଅଧିକାଂଶ ଲୋକେ ଏବେ କ୍ଷୀର ନୁହେଁ ପିଉଛନ୍ତି ବିଷ ।

 

 

 

ଦେଶରେ ବିକ୍ରି ହେଉଥିବା କ୍ଷୀର ଓ କ୍ଷୀର ଜାତୀୟ ଦ୍ରବ୍ୟର ୬୫ ପ୍ରତିଶତ କ୍ଷୀରକୁ ଅପମିଶ୍ରୀତ କରି ବଜାରକୁ ଛଡା ଯାଉଛି । ସବୁଠାରୁ ବଡ କଥା ହେଲା ଏହି କ୍ଷୀରକୁ ଅପମିଶ୍ରୀତ କରିବା ପାଇଁ ସବୁଠୁ ଅଧିକ ବ୍ୟବହାର ହେଉଛି ଡିଟର୍ଜେଣ୍ଟ, କଷ୍ଟିକ ସୋଢା, ଧଳା ରଙ୍ଗ, ରିଫାଇନ ତେଲ ଏବଂ ଗ୍ଲୁକୋଜ ଭଳି ସାମଗ୍ରୀ । ଯଦି ଏହିଭଳି ଅପମିଶ୍ରୀତ କ୍ଷୀର ବଜାରକୁ ଆସିବା ବନ୍ଦ ନ ହୁଏ ତେବେ ଆଗାମୀ ୭ ରୁ ୮ ବର୍ଷ ମଧ୍ୟରେ ଦେଶରେ ୮୭ ପ୍ରତିଶତ ଲୋକ କ୍ୟାନ୍ସର ଭଳି ସାଂଘାତିକ ରୋଗର ଶିକାର ହେବେ ।

ଏକ ରିପୋର୍ଟ ଅନୁଯାୟୀ, ଭାରତର ଜନସଂଖ୍ୟାକୁ ଦୃଷ୍ଟିରେ ରଖିଲେ ପ୍ରତି ବ୍ୟକ୍ତି ପିଛା ଦିନକୁ ୪୮୦ ଗ୍ରାମ ହିସାବରେ ମୋଟ ୬୪ କୋଟି ଲିଟର କ୍ଷୀରର ଆବଶ୍ୟକତା ରହିଛି । ଅର୍ଥାତ ଦେଶରେ ଲୋକଙ୍କ ଚାହିଦା ଠାରୁ ଖୁବ କମ କ୍ଷୀର ଉତ୍ପାଦନ ହେଉଛି । ତେଣୁ ଲୋକଙ୍କ ଆବଶ୍ୟକତାକୁ ପୁରଣ କରିବା ପାଇଁ ଏବେ କ୍ଷୀରରେ ଅପମିଶ୍ରଣର ଟ୍ରେଣ୍ଡ ଆରମ୍ଭ ହୋଇଛି । ସାଧାରଣତଃ କ୍ଷୀରରେ ପାଣି ମିଶାଯାଏ ବୋଲି ଲୋକମାନେ ଭାବିଥାନ୍ତି । କିନ୍ତୁ ଏବେ କ୍ଷୀରରେ ଡିଟର୍ଜେଣ୍ଟ ଏବଂ ଧଳା ରଙ୍ଗ ଭଳି ବିଶାକ୍ତ ସାମଗ୍ରୀ ଅପମିଶ୍ରୀତ କରାଯାଉଛି ।

ଆନିମଲ୍ ୱେଲଫେୟାର ବୋର୍ଡର ସଦସ୍ୟ ମୋହନ ସିଂ ଆଲୁୱାଲିଆଙ୍କ କହିବା ଅନୁସାରେ, ଭାରତରେ ବିକ୍ରି ହେଉଥିବା କ୍ଷୀର ବା କ୍ଷୀର ଜାତ ପଦାର୍ଥର ୬୮ ପ୍ରତିଶତ ଫୁଡ ସେପ୍ଟି ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା କ୍ଷୀରର କ୍ୱାଲିଟି ମୁତାବକ ନୁହେଁ । ଅର୍ଥାତ ଏଭଳି କ୍ଷୀରର ଭରପୁର ମାତ୍ରାରେ ବିଶାକ୍ତ ପଦାର୍ଥ ମିଶ୍ରୀତ କରାଯାଉଛି । ସବୁଠାରୁ ବଡ କଥା ହେଲା ଉତ୍ତର ଭାରତରେ ଅଧିକ ମାତ୍ରାରେ ଅପମିଶ୍ରୀତ କ୍ଷୀର ବିକ୍ରି ହେଉଛି । କିଛି ବର୍ଷ ପୂର୍ବେ ନ୍ୟାସନାଲ ସର୍ଭେ ଅଫ ମିଲ୍କ ଅଡଲ୍ଟଟେସନର ସର୍ଭେରୁ ଆସିଥିବା ରିପୋର୍ଟ ଅନୁଯାୟୀ, କ୍ଷୀର ଏବଂ କ୍ଷୀର ଜାତ ଦ୍ରବ୍ୟର ପ୍ୟାକିଂ ହେଉଥିବା ବେଳେ ହିଁ ଏଥିରେ ଡିଟର୍ଜେଣ୍ଟ ମିଶିଯାଇଥାଏ ।

ଏହା ଛଡା ଜାଣିଶୁଣି ମଧ୍ୟ କ୍ଷୀରକୁ ଡିଟର୍ଜେଣ୍ଟ ଦ୍ୱାରା ଅପମିଶ୍ରୀତ କରାଯାଏ । ଖାସକରି କ୍ଷୀରକୁ ବହଳିଆ କରିବା ପାଇଁ କିମ୍ବା ଅଧିକ ଦିନ ଫ୍ରେସ ରଖିବା ପାଇଁ ଏଥିରେ ଡିଟର୍ଜେଣ୍ଟ, ୟୁରିଆ, ଫର୍ମାଲିନ ଭଳି ବିଶାକ୍ତ ପଦାର୍ଥର ବ୍ୟବହାର କରାଯାଇଥାଏ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଭାରତ ସରକାରଙ୍କ ପାଇଁ ଆଡଭାଇଜରି ଜାରି କରିଥିଲା । ଯେଉଁଥିରେ କୁହାଯାଇଥିଲା କି, କ୍ଷୀର ଏବଂ କ୍ଷୀର ଜାତୀୟ ଦ୍ରବ୍ୟରେ ହେଉଥିବା ଅପମିଶ୍ରଣରେ ଯଦି ରୋକ ଲଗାନଯାଏ ତେବେ ୨୦୨୫ ସୁଦ୍ଧା ଭାରତରେ ୮୦ ପ୍ରତିଶତରୁ ଅଧିକ ଲୋକ କ୍ୟାନ୍ସର ଭଳି ଭୟଙ୍କର ରୋଗର ଶିକାର ହେବେ । କେବଳ କ୍ଷୀର ନୁହେଁ, ଚାଉଳ ଠାରୁ ଆରମ୍ଭ କରି ଡାଲି ପର‌୍ୟ୍ୟନ୍ତ ଏବଂ ଚିନି ଠାରୁ ଆରମ୍ଭ କରି ଲୁଣ ପର‌୍ୟ୍ୟନ୍ତ ସବୁ ଯିନିଷ ଅପମିଶ୍ରୀତ ହେଉଛି । ଯଦି ଏହାକୁ ନେଇ ସାବଧାନତା ଅବଲମ୍ବନ କରାନଯାଏ ତେବେ ଏହି ଜିନିଷ ଆପଣ ମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭବିଶ୍ୟତରେ ମହଙ୍ଗା ସାବ୍ୟସ୍ତ ହୋଇପାରେ ।