ବୌଦ୍ଧ ଜିଲ୍ଲାରେ କିଡନୀ ରୋଗ ଆତଙ୍କ ! ଏହି ରୋଗରେ ମଲେଣି ୫୦ରୁ ଉର୍ଦ୍ଧ, ଅନେକ ଆକ୍ରାନ୍ତ

39

କନକ ବ୍ୟୁରୋ : କିଡନୀ ରୋଗର ଆତଙ୍କ । ଏହି ରୋଗରେ ଆକ୍ରାନ୍ତ ହୋଇ ୫୦ରୁ ଉଦ୍ଧ୍ୱରୁ ଲୋକଙ୍କ ଜୀବନ ଯାଇଥିବାବେଳେ ଅନେକ ଆକ୍ରାନ୍ତ ହୋଇଛନ୍ତି । ଦୂଷିତ ପାନୀୟ ଜଳ ବ୍ୟବହାର କରି ଲୋକେ ଏହି ରୋଗର ଶିକାର ହେଉଛନ୍ତି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଆଉ ବିଡମ୍ବନାର ବିଷୟ ହେଉଛି ଏଭଳି ଘଟଣା ଦେଖିବାକୁ ମିଳିଛି ଖୋଦ୍ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତରେ ।

ଏ ହେଉଛି ହରଭଙ୍ଗା ବ୍ଲକ ଧଳପୁର ପଂଚାୟତର । ପାନୀୟ ଜଳ ଅଂଚଳବାସୀଙ୍କ ପାଇଁ ପାଲଟିଛି ସାତ ସପନ । ଏଠି ପ୍ରାୟ ନଳକୂପ ଅଚଳ । ଯାହା ବି କାର୍ଯ୍ୟ କରୁଛି ସେଥିରୁ ବାହାରୁଛି ନାଲି ରଙ୍ଗର ପାଣି । । ବିଶୁଦ୍ଧ ପାନୀୟ ଜଳ ଟିକେ ନପାଇ ପଂଚାୟତବାସୀ ଗୋଳିଆ ନଳକୂପ ପାଣି ବ୍ୟବହାର କରୁଛନ୍ତି । ଯାହାଫଳରେ ଜଣ୍ଡିସ୍ ଏବଂ କିଡିନୀ ଭଳି ମାରାତ୍ମକ ରୋଗର ଶୀକାର ହେଉଛନ୍ତି ଲୋକେ । ଅର୍ଥ ଅଭାବରୁ ଚିକିତ୍ସା କରି ନପାରି ଅନେକ ରୋଗୀ ମୃତ୍ୟୁ ଅପେକ୍ଷାରେ ଶର୍ଯ୍ୟାରେ ପଡିରହିଥିବାର ନଜୀର ରହିଛି । ଏ ନେଇ ସରପଂଚଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନ ଏବଂ ମନ୍ତ୍ରୀ ପର୍ଯ୍ୟନ୍ତ ଯାହାକୁ ଗୁହାରୀ କଲେ ବି ଏଥିପ୍ରତି କେହି କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଏହି ଅଂଚଳରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମଧ୍ୟ ନିଯୁକ୍ତି ପାଇଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଦେଖା ମିଳେନାହିଁ । ସ୍ୱାସ୍ଥ୍ୟ କେନ୍ଦ୍ରଟି ଚାଲିଛି ଜଣେ ଆଟେଣ୍ଡାଂଟ ଓ ଜଣେ ଫାର୍ମାସିଷ୍ଟଙ୍କୁ ନେଇ । ଡାକ୍ତରଙ୍କ ଅନୁପସ୍ଥିତି ରୋଗୀଙ୍କ ସମସ୍ୟାକୁ କରିଛି ଦ୍ୱିଗୁଣିତ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-