କୁକୁଡାଙ୍କୁ ଦିଆଯାଉଥିବା ଖାଦ୍ୟରେ ହୋଇଗଲା ବଡ ଭୁଲ୍, ବଜାରରୁ ହଟାଇବାକୁ ପଡିଲା ୪୦ ଲକ୍ଷ ଅଣ୍ଡା

40

ପୋଲାଣ୍ଡର ପଶୁ ଚିକିତ୍ସା ସେବା ପାଖାପାଖି ୪୦ ଲକ୍ଷ ଅଣ୍ଡାକୁ ବଜାରରୁ ହଟାଇ ଦେଇଛି । ଏହି ଅଣ୍ଡାଗୁଡିକ ଏକ ଆଣ୍ଟିବାୟୋଟିକ୍ ଦ୍ୱାରା ଦୂଷିତ ହୋଇଯାଇଛି । ଏହାର ଗୋଟିଏ ଦିନ ପୂର୍ବରୁ ଜର୍ମାନୀର ସୁପରମାର୍କେଟ୍ ରୁ ବି ଅଣ୍ଡାକୁ ବଜାରରୁ ହଟାଇ ଦିଆଯାଇଥିଲା । ଅଧିକାରୀ ମାନେ ନିରୀକ୍ଷଣ କରିବା ପରେ ଘରୋଇ ବଜାରରେ ବିକ୍ରି ପାଇଁ ରଖାଯାଇଥିବା ଅଣ୍ଡା ଗୁଡିକୁ ହଟାଇବାକୁ ଆଦେଶ ଦେଇଥିଲେ । ଏହି ଅଣ୍ଡା ଗୁଡିକୁ ବଜାରରୁ ହଟାଇବାର କାରଣ ଏହା ଯେ, ଏଥିରେ ଆଣ୍ଟି ବାୟୋଟିକ୍ ଲାସାଲୋସିଡ୍ ର ଅବଶେଷ ଅଧିକ ମାତ୍ରାରେ ଅବସ୍ଥିତ ଅଛି ।

ପୋଲାଣ୍ଡ ପଶୁ ଚିକିତ୍ସା ସେବାର ପ୍ରମୁଖଙ୍କ କହିବାନୁସାରେ, ଏହି ଔଷଧ ଭୁଲ୍ ରେ ଅଣ୍ଡା ଦେଉଥିବା କୁକୁଡାଙ୍କ ଖାଦ୍ୟରେ ମିଶାଦିଆଯାଇଥିଲା । ଚିକେନ୍ କୁ ମୋଟା କରିବା ପାଇଁ ଦିଆଯାଉଥିବା ଖାଦ୍ୟ ଭୁଲ୍ ରେ ଅଣ୍ଡା ଦେଉଥିବା କୁକୁଡାଙ୍କୁ ଦିଆଯାଇଥିଲା । ଜର୍ମାନୀ ଅଧିକାରୀ ପାଖାପାଖି ୭୩,୦୦୦ ଡଚ୍ ଅଣ୍ଡାକୁ ସୁପରମାର୍କେଟରୁ ହଟାଇଦିଆଯାଇଥିଲା । ଯାହାର ପ୍ରିଫୋନିଲରୁ ଦୂଷିତ ହେବାର ତଥ୍ୟ ସାମନାକୁ ଆସିଥିଲା । ଏହି କୀଟନାଶକ ପାଇଁ ଗତ ବର୍ଷ ଖାଦ୍ୟ ସାମଗ୍ରୀକୁ ନେଇ ଲୋକଙ୍କ ଠାରେ ବହୁତ ଡର ରହିଯାଇଥିଲା ।

ପ୍ରିଫୋନିଲର ବ୍ୟବହାର ସାଧାରଣତଃ ପଶୁଙ୍କ ଚର୍ମରେ ଥିବା ଟିଙ୍କ ଭଳି କୀଟ ହଟାଇବା ପାଇଁ ବ୍ୟବହାର କରାଯାଏ । ଏହି ଔଷଧକୁ ଖାଦ୍ୟ ଉଦ୍ୟୋଗ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରିଫୋନିଲ୍ ର ଅଧିକ ମାତ୍ରା ଲୋକଙ୍କ ବୃକକ୍, ଯକୃତ ଏବଂ ଥାଇରଏଡ୍ ଗ୍ରନ୍ଥି ଉପରେ ପ୍ରଭାବ ପକାଏ ।