କୁନି କୁନି ପିଲାଙ୍କ ଅସୁରକ୍ଷିତ ଯାତ୍ରା ! ଗୋଟିଏ ଗାଡିରେ ଲଦାଲଦି ହୋଇ ସ୍କୁଲକୁ ଯା’ଆସ କରୁଛନ୍ତି ବାଲେଶ୍ୱର ଶାନ୍ତିଲ୍ୟ ବିବେକ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ

17

କନକ ବ୍ୟୁରୋ : ଦିନକୁ ଦିନ ବଢ଼ିଚାଲିଛି ଦୁର୍ଘଟଣା । ସବୁଦିନ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ହଜାର ହଜାର ଲୋକେ । ତଥାପି ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଉନି । ଆମ ରାଜ୍ୟର ରାସ୍ତାର ଅବସ୍ଥା ବିଷୟରେ ସମସ୍ତେ ଅବଗତ । ଏପରିସ୍ଥଳେ କୁନି କୁନି ପିଲାଙ୍କ ଅସୁରକ୍ଷିତ ଯାତ୍ରା । ଗୋଟିଏ ବୋଲେରୋରେ ସ୍କୁଲକୁ ଯା’ଆସ କରୁଛନ୍ତି ୨୫ରୁ ଅଧିକ ଛାତ୍ରଛାତ୍ରୀ ।

ଗାଡି ଭିତରେ ଲଦାଲଦି ହୋଇ ଭର୍ତି ହୋଇଛନ୍ତି ଛାତ୍ରଛାତ୍ରୀ । ଜଣଙ୍କ ଉପରେ ଜଣେ ଲଦି ହୋଇଛନ୍ତି । ଆଉ କିଛି ପିଲା ଠିଆ ହୋଇଛନ୍ତି । ଏହିଭଳି ଭାବରେ ପ୍ରତିଦିନ ସ୍କୁଲକୁ ଯିବା ଆସିବା କରୁଛନ୍ତି ବାଲେଶ୍ୱର ଜିଲ୍ଲାର ଶାଣ୍ଡିଲ୍ୟ ବିବେକ ଶିକ୍ଷାକେନ୍ଦ୍ର ପୁରୁଷୋତମ ପୀଠର ଛାତ୍ରଛାତ୍ରୀ । ସ୍କୁଲରେ ମୋଟ ୪ଟି ଶ୍ରେଣୀରେ ୫୫ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ଏମାନେ ସବୁ ବେଳେ ଏପରି ବିପଦପୂର୍ଣ୍ଣ ଅବସ୍ଥାରେ ଯା’ଆସ କରୁଛନ୍ତି । ତେବେ ସ୍କୁଲଟି ନୁଆ, ଫଣ୍ଡ କମ୍ ଥିବାରୁ ପିଲାମାନେ ଏଭଳି ଯାତ୍ରା କରୁଥିବା ସ୍ୱୀକାର କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ପରେ ଏନେଇ ବିଚାର କରିବା ସହ ସମାଧାନ କରାଯିବ ବୋଲି ମଧ୍ୟ କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।