ସାବଧାନ ! ଆପଣ ଅଧିକ ଲୁଣ ଖାଇବାରେ ଅଭ୍ୟସ୍ତ କି ? ହୋଇପାରେ ପାକସ୍ଥଳୀ କର୍କଟ

134

ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ଓ ହୃଦରାଗର ମୁଖ୍ୟ କାରଣ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । ଏହା ସହ ପାକସ୍ଥଳୀ କର୍କଟ ରୋଗ ମଧ୍ୟ ହେବାର ସମ୍ଭାବନା ରହିଛି । ହେଲିକୋ ବ୍ୟାକ୍ଟର ପାଇଲୋରି ଜୀବାଣୁର ସଂକ୍ରମଣରେ ମୁଖ୍ୟତଃ ପେଟରେ କର୍କଟ ହୋଇଥାଏ ରିପୋର୍ଟରେ ଦର୍ଶାଯାଇଛି । ଆମେରିକାର ଗବେଷକ ତଥା ଗାଷ୍ଟ୍ରୋଣ୍ଟୋଲୋଜି ସଚିବ ଜନ୍ ଆଥେରଟନଙ୍କ କହିବା ଅନୁଯାୟୀ ପେଟରେ ଏଚ୍ ପାଇଲୋରି ଜୀବାଣୁର ବୃଦ୍ଧି ହିଁ କ୍ୟାନସର ରୋଗ ପାଇଁ ଦାୟୀ ।

ବିିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମାନୁଯାୟୀ , ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ଏହା ସହ ପ୍ରତିଦିନ ଡାଏଟିଂରେ ଲୁଣର ପରିମାଣ କମ୍ ରହିବା ଆବଶ୍ୟକ । ଆଥରେଟନଙ୍କ କହିବା ଅନୁଯାୟୀ ଆମେରିକାରେ ଲୋକମାନେ ପ୍ରତ୍ୟେକ ଦିନ ୬ ଗ୍ରାମରୁ ଅଦିକ ଲୁଣ ଖାଆନ୍ତି ନାହିଁ । ଯାହା ଫଳରେ ସେମାନଙ୍କୁ କର୍କଟ ଓ ଅନ୍ୟ ସ୍ୱାସ୍ଥ୍ୟଜନିତ ଅସୁବିଧାର ସମ୍ମୁଖୀନ ହେବାକୁ ପଡେନାହିଁ । ସେ କହିଛନ୍ତି , ଲୁଣ ଖାଇବା ଦ୍ୱାରା ପାକସ୍ଥଳୀ କର୍କଟ କିପରି ବ୍ୟାପୁଛି ସେ ବିଷୟରେ ସେ ଅଧିକ ଗବେଷଣା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ଜାପାନରେ ଏହାର ପ୍ରାରମ୍ଭିକ ସତ୍ୟତା ଦେଖିବାକୁ ମିଳିଥିବା ଜଣାପଡିଛି ।

ଏଣୁ ବେଳ ଥାଉ ଥାଏ ସାବଧାନ ହୋଇଯିବା ଭଲ । କାରଣ ପାଟିକୁ ଅଧିକ ସ୍ୱାଦ କରିବା ନେଇ ଯଦି ଅଧିକ ଲୁହ ଖାଇବା । ଏହା ଧିରେ ଧିରେ ଆମର କ୍ଷତି କରିବାକୁ ଲାଗିବ । ଆଉ କିଛି ଦିନ ପରେ ଏହାର ପ୍ରଭାବ ଶରୀର ଉପରେ ପଡିବ । ଆବଶ୍ୟକ ମୁତାବକ ଲୁଣ ବ୍ୟବହାର କରିବା ଭଲ ।