ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ଆଶଙ୍କା !

26

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଚିନ୍ତା ବଢାଇ ଦେଇଛି ଭାରତୀୟ ପାଣିପାଗ ବିଭାଗର ତାଜା ପୂର୍ବାନୁମାନ । କାରଣ ଆଗାମୀ ୨ଦିନ ଯାଏଁ ଦକ୍ଷିଣ ଓଡିଶାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡିଶାର ୧୦ଟି ଜିଲ୍ଲାରେ ଏବଂ ଉପକୂଳ ଓଡିଶାରେ ୬ଟି ଜିଲ୍ଲାରେ ମଧ୍ୟ ଅତିପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ସେହିପରି ୧୯ ଓ ୨୦ ତାରିଖରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବା ଆଶଙ୍କା ରହିଛି । ଲଗାଣ ବର୍ଷା ଫଳରେ ସାରା ଓଡିଶାରେ ନଦୀଗୁଡିକର ଜଳସ୍ତର ବଢିଥିବା ମଧ୍ୟ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ତେଣୁ ଆଗକୁ ବନ୍ୟା ପ୍ରଭାବିତ ଅଂଚଳଗୁଡିକରେ ପରିସ୍ଥିତି ଆହୁରି ସାଙ୍ଘାତିକ ହେବା ଆଶଙ୍କା କରାଯାଉଛି ।