ଟ୍ୱିନସିଟିରେ ବଢୁଛି ଦୁଷ୍କର୍ମ : ଅଧିକାଂଶ ମାମଲାରେ ପୂର୍ବତନ ପ୍ରେମିକ ସାମିଲ

ବିବାହ ହୋଇନପାରିଲେ ଝିଅ କିମ୍ବା ପରିବାର ଲୋକେ ହେଉଛନ୍ତି ପୋଲିସର ଦ୍ୱାରସ୍ଥ

255

କନକ ବ୍ୟୁରୋ : ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ବଢିଛି ଅପରାଧ । ଗତ ୩ ବର୍ଷ ତୁଳନାରେ ଏହି ଅପରାଧ ବଢିଛି । ଦୁଷ୍କର୍ମ, ହତ୍ୟା, ଡ଼କାୟତି ଓ ଦୁର୍ଘଟଣା ବଢିଥିବା ନେଇ କ୍ରାଇମ୍ ଷ୍ଟାଟିଷ୍ଟିକ୍ସ ରିପାର୍ଟରୁ ଜଣାପଡ଼ିଛି । ଟ୍ୱିନ୍ସିଟିରେ ଦୁଷ୍କର୍ମ ବଢିଥିବା ରିପୋର୍ଟରେ ଦର୍ଶାଯାଇଛି । ୨୦୧୫ ମସିହାରେ ୮୭ଟି , ୨୦୧୬ରେ ୭୭ଟି , ୨୦୧୭ରେ ୧୨୫ଟି ଏବଂ ୨୦୧୮ରେ ୧୨୨ଟି ଦୁଷ୍କର୍ମ ହୋଇଥିବା ଜଣାପଡିଛି । ଦୁଷ୍କର୍ମର ହାର ୨୬.୬ ପ୍ରତିଶତକୁ ବୃଦ୍ଧି ପାଇଛି ।

India Today

ଏହାସହ ଗତ ତିନି ବର୍ଷ ତୁଳନାରେ ହତ୍ୟାକାଣ୍ଡର ହାର ୨୦୧୮ ମସିହାରେ ୭.୫ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଡ଼କାୟତି ୨୫ପ୍ରତିଶତ, ରବରି ୫.୮ ପ୍ରତିଶତ, ଦୁର୍ଘଟଣା ୮.୯ ପ୍ରତିଶତ ବଢିଥିବା ରିପୋର୍ଟ କହୁଛି । ସବୁଠାରୁ ବଡ କଥା ହେଲା, ଦୁଷ୍କର୍ମ ଘଟଣାରେ ହାରାହାରି ହିସାବରେ ବର୍ଦ୍ଧିତ ହାର ରହିଛି ୨୬.୬ ପ୍ରତିଶତ । ଅଧିକାଂଶ କ୍ଷେତ୍ରରେ ପୂର୍ବତନ ପ୍ରେମିକ ହିଁ କରୁଛନ୍ତି ଦୁଷ୍କର୍ମ । ସେହିଭଳି ସମ୍ପର୍କୀୟ, ପଡୋଶୀ ଓ ଅଫିସ ସହଯୋଗୀ ମଧ୍ୟ ଦୁଷ୍କର୍ମ ମାମଲାରେ ସାମିଲ ହେଉଥିବା ଅଭିଯୋଗ ହେଉଛି । ବାହାଘର ହୋଇନପାରିଲେ ଝିଅ ଓ ପରିବାର ଲୋକେ ଦୁଷ୍କର୍ମ ଅଭିଯୋଗ ଆଣୁଥିବା ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ।