କାଳିଆ ଯୋଜନାରୁ ବଂଚିତ ହେବେନି ଯୋଗ୍ୟ ହିତାଧିକାରୀ ! ସାମିଲ ହେବେ ଆଉ ୧୦ ଲକ୍ଷ ଚାଷୀ

274

କନକ ବ୍ୟୁରୋ : କାଳିଆ ଯୋଜନାରେ ସାମିଲ ହେବେ ଆହୁରି ୧୦ ଲକ୍ଷ ଚାଷୀ । କୌଣସି ଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରୁ ବାଦ ପଡ଼ିବେ ନାହିଁ ବୋଲି କହିଥିଲେ ନବୀନ । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମଙ୍ଗଳବାର ଏହି ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଓ ଭୂମିହୀନ ଚାଷୀ ବର୍ଗରୁ ପୁଣି ୧୦ ଲକ୍ଷ ଚାଷୀଙ୍କୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ସେହିପରି ସରକାର ୩୫ ଲକ୍ଷ ବଦଳରେ ୪୫ ଲକ୍ଷ ଚାଷୀଙ୍କୁ ଟଙ୍କା ଦେବେ । କ୍ୟାବିନେଟ ବୈଠକରେ କାଳିଆ ଅନୁଦାନ ପ୍ରଦାନ ତାରିଖରେ ମଧ୍ୟ ପରିବର୍ତ୍ତନକୁ ମଂଜୁରୀ ମିଳିଛି । ଅକ୍ଷୟ ତୃତୀୟା, ନୂଆଁଖାଇ ବଦଳରେ ତାରିଖ ନିର୍ଦ୍ଧାରଣ ହୋଇଛି । ଖରିଫ ପାଇଁ ଏପ୍ରିଲ ୧ ତାରିଖ ନିର୍ଦ୍ଧାରଣ ହୋଇଥିବା ବେଳେ ରବି ପାଇଁ ସେପ୍ଟେମ୍ବରରେ ଟଙ୍କା ମିଳିବ ।