୪୮ ଘଂଟାରେ କେରଳ ଛୁଇଁବ ମୌସୁମୀ

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍:  ଆଗାମୀ ୪୮ ଘଂଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ । ବିଷୁବ ମଣ୍ଡଳୀୟ ପ୍ରବାହ ସକ୍ରୀୟ ହୋଇଥିବାରୁ ଏହାର ପ୍ରଭାବରେ ଦୁଇଦିନ ମଧ୍ୟରେ କେରଳ ଉପକୂଳରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ କେରଳରେ ମୌସୁମୀ ଛୁଇଁବାର ଦୁଇଦିନ ଭିତରେ ଓଡିଶାକୁ ମୌସୁମୀ ଛୁଇଁବା ନେଇ ଚିତ୍ର ସ୍ପଷ୍ଟ ହେବ । ଏବେ ତାପମାତ୍ରା ଅଧିକ ରହୁଥିବାରୁ ଆରବ ସାଗରରୁ ବାୟୁ ପ୍ରବାହର ଗତି ବଢିବ ଏବଂ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ଓ ଲଘୁଚାପ ସୃଷ୍ଟି ହେବ । ଏସବୁ ମୌସୁମୀ ପ୍ରବାହକୁ ତ୍ୱରାନିତ କରିବ ।