୧୦ତାରିଖ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ : ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା

16

କନକ ବ୍ୟୁରୋ : ୧୦ତାରିଖ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ମାଲକାନଗିରିରେ ସର୍ବାଧିକ ୧୭.୨ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି କୋରାପୁଟରେ ୫.୨ ମିଲିମିଟର ବର୍ଷା ହୋଇଛି  ।

ଏହାସହ ଆଜି ବି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି  । ଗତ ୨୪ଘଂଟା ମଧ୍ୟରେ ସମସ୍ତ ଜିଲ୍ଲାର ତାପମାତ୍ରା ୪୦ଡିଗ୍ରୀ ତଳକୁ ଖସିଛି  । ସେପଟେ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ର ଉପକୂଳ ଓ ଆନ୍ଧ୍ର ସୀମାରେ ପହଂଚିଛି ମୌସୁମୀ  ।