ମେ ୩୦ରେ କେରଳ ଛୁଇଁବ ମୌସୁମୀ ! କାଲିଠୁ ରାଜ୍ୟରେ କମିବ ତାପମାତ୍ରା

51

କନକ ବ୍ୟୁରୋ : ଚଳିତ ବର୍ଷ ଆଗୁଆ ଆସିବ ମୌସୁମୀ । ମେ’ ୩୦ ସୁଦ୍ଧା କେରଳ ଛୁଇଁବ ଦକ୍ଷିଣପୂର୍ବ ମୌସୁମୀ ବାୟୁ । ବର୍ତମାନ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର, ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଅଗ୍ରସର ହେଉଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ତାପମାତ୍ର କମିବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଆଜି ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଅନୁଭୁତ ହେଉଥିବା ବେଳେ ଝାରସୁଗୁଡା ଓ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।