ପ୍ରବଳ ତାତି ଭିତରେ ଆସିଲା ଆଶ୍ୱସ୍ତିକର ଖବର । ଆଣ୍ଡମାନ ଛୁଇଁଲା ମୌସୁମୀ । ଜୁନ ତୃତୀୟ ସପ୍ତାହ ମଧ୍ୟରେ ଓଡିଶା ପହଚିଂବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

୨ ରୁ ୩ ଦିନ ମଧ୍ୟରେ ସଂପୂର୍ଣ୍ଣ ଆଣ୍ଡମାନରେ ଅନୁଭୂତ ହେବ ପ୍ରଭାବ

1,584

କନକ ବ୍ୟୁରୋ: ତାତିରେ ତ୍ରାହି ତ୍ରାହି ଡାକୁଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି ଆଣ୍ଡାମାନରୁ । କାରଣ ଆଣ୍ଡମାନକୁ ଛୁଇଁଛି ମୌସୁମୀ । ଆସନ୍ତା ୨ରୁ ୩ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଆଣ୍ଡାମାନରେ ଏହାର ପ୍ରଭାବ ଅନୁଭୁତ ହେବ । ମୌସୁମୀ ପ୍ରଭାବରେ ଆଣ୍ଡାମାନରେ ବର୍ଷା ଜାରି ରହିବ । ମୌସୁମୀର ଆଗମନ ନେଇ ଆଂଚଳିକ ପାଣିପାଗ ବିିଜ୍ଞାନ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ତେବେ ଜୁନ୍ ଦ୍ୱିତୀୟରୁ ତୃତୀୟ ସପ୍ତାହ ମଧ୍ୟରେ ମୌସୁମୀ ଓଡ଼ିଶା ଆସିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ, ସାରା ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ନେଇ ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ପଶ୍ଚିମଓଡ଼ିଶାରେ ଆହୁରି ୨ରୁ ୩ଡିଗ୍ରୀ ବଢିବ ତାପମାତ୍ରା । ଆଭ୍ୟନ୍ତରୀଣ ଓଡିଶାରେ ୩ ଦିନ ଧରି ହିଟ ୱେଭ ଜାରି ରହିବ । ଉପକୂଳ ଜିଲ୍ଲାରେ ସାଧାରଣ ଠାରୁ ୧ ଡିଗ୍ରୀ ଅଧିକ ତାପମାତ୍ରା ରହିବ । ଏପରିକି ୨୪ ଓ ୨୫ତାରିଖ ବେଳକୁ ସର୍ବୋଚ୍ଚ ତାପମାତ୍ରା ୪୭ଡିଗ୍ରୀରେ ପହଂଚିବ । କେତେକ ସ୍ଥାନରେ ପାରଦ ୪୮ଡିଗ୍ରୀ ଛୁଇଁବା ପୂର୍ବାନୁମାନ । ଏବେ ଅସହ୍ୟ ତାତିରେ ସିଝୁଛି ଓଡ଼ିଶା । ବିଶେଷ କରି ପଶ୍ଚିମ ଓଡ଼ିଶାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ସେପଟେ ଆସନ୍ତା ୨୪ ଘଂଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ଥିବାର ୫ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।