ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ଅଧିବେସନ !

33

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ଅଧିବେସନ । ଆଗାମୀ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେସନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି । ଯେଉଁଥିରେ ବସ୍ତିବାସିନ୍ଦାଙ୍କୁ ଜମି ଦେବା ବିଲ, କୃଷିଜାତ ଦ୍ରବ୍ୟ ବଜାର ସଂଶୋଧନ ବିଲ, ଓଡିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ବିଲ ଏବଂ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଅଧ୍ୟାଦେଶ ପ୍ରତିସ୍ଥାପନ ବିଲ ଆଦି ୯ଟି ଗୁରୁତ୍ୱପୂର୍ଣ୍ଣ ବିଲ ଆଣିବାକୁ ଯୋଜନା ରଖିଛି ଶାସକ ଦଳ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେଡି ବିଧାୟକ ଦଳ ବୈଠକରେ ନିଷ୍ପତି ହୋଇଛି । ଏଥିସହ ବିରୋଧୀ ଦଳ ଆଣିଥିବା ପ୍ରସଙ୍ଗରେ ଚର୍ଚ୍ଚା କରାଯିବ । ତେବେ କେନ୍ଦ୍ରୀୟ ଅବହେଳା ଓ ମହାନଦୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିଜେପିକୁ ଘେରିବା ପାଇଁ ରୂପରେଖ ପ୍ରସ୍ତୁତ କରିଛି ବିଜୁ ଜନତା ଦଳ ।