ଆଜିଠୁ ପ୍ରବଳ ବର୍ଷିବ ମୌସୁମୀ ବର୍ଷା : ଦକ୍ଷିଣ ଓ ଉପକୂଳ ଓଡିଶାରେ ଅତିପ୍ରବଳ ବର୍ଷା ସମ୍ଭାବନା

42

କନକ ବ୍ୟୁରୋ : ଆଜିଠୁ ପ୍ରବଳ ବର୍ଷିବ ମୌସୁମୀ ବର୍ଷା । ଆଜିଠୁ ୧୬ତାରିଖ ଯାଏଁ ପ୍ରବଳ ବର୍ଷିବ ମୌସୁମୀ ବର୍ଷା । ସେପଟେ ୧୬ତାରିଖରୁ ୧୯ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ -କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହି ଲଘୁଚାପ ଆଗକୁ ଡିପ୍ରେସନରେ ପରିଣତ ହେବାର ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପ୍ରବଳ ବର୍ଷା ଫଳରେ ଋଷିକୂଲ୍ୟା ଓ ବଂଶଧାରା ନଦୀରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା କରାଯାଉଛି  । ଆଜିଠୁ ମୌସୁମୀ ବର୍ଷାର ପରିମାଣ ବଢିବାକୁ ଥିବା ବେଳେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୯ପ୍ରତିଶତ କମିଛି ମୌସୁମୀ ବର୍ଷା ।

ଦେଖନ୍ତୁ ଏହି ଭିଡିଓ –