ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା : ବଢୁଛି ଜଳକା ନଦୀ ସ୍ତର

47

କନକ ବ୍ୟୁରୋ : ଲଗାଣ ବର୍ଷାରେ କଟକର ସ୍ଥିତି ପୁଣି ଥରେ ବେହାଲ ହୋଇପଡିଛି । ସହରର ତଳିଆ ଅଂଚଳରେ ପାଣି ପଶିଯିବା ଫଳରେ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନେକ ଘରେ ପାଣି ପଶିଯାଇଛି । ଲଘୁଚାର ପ୍ରଭାବରେ ପାଣିପାଗ ବିଭାଗର ପ୍ରବଳ ବର୍ଷା ଚେତାବନୀ ପରେ ଲୋକଙ୍କ ଦୁର୍ଦ୍ଦଶା ବଢିବା ଆଶଙ୍କା ଦେଖାଦେଇଛି ।

ରାଉରକେଲା, ବାଲେଶ୍ୱର ଓ ସମ୍ବଲପୁରରେ ମଧ୍ୟ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଉରକେଲାରେ ଗତକାଲି ସନ୍ଧ୍ୟାରୁ ପ୍ରବଳ ବର୍ଷା ହେଉଛି । ଲଘୁଚାପ ବର୍ଷାରେ ଉତ୍ତର ଓଡିଶା ଅଧିକ ପ୍ରଭାବିତ ହୋଇଛି । ବାଲେଶ୍ୱରରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି ।

ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଜଳକା ନଦୀ । ବାଲେଶ୍ୱର ମଥାନିରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିପଦସଙ୍କେତ ସ୍ତର ୫, ୫୦ ଫୁଟ ଥିବାବେଳେ ଜଳସ୍ତର ରହିଛି ୬.୧୫ ଫୁଟ । ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ବନ୍ୟାଜଳ ବଢୁଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।