କନକ ବ୍ୟୁରୋ : ସାରା ରାଜ୍ୟରେ ମୌସୁମୀ ବର୍ଷା ହୋଇଛି । ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଦକ୍ଷିଣ ଓଡିଶାରେ ଆଜି ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ସକାଳ ୯ଟା ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୭୫ ଦଶମିକ ୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ସୋନପୁରରେ ୭୧ ଦଶମିକ ମିଲିମିଟର, ହୀରାକୁଦରେ ୬୧ ଦଶମିକ ୬ ମିଲିମିଟର, ଫୁଲବାଣୀରେ ୪୭ ମିଲିମିଟିର, ଝାରସଗୁଡାରେ ୩୪ ଦଶମିକ ୮ ମିଲିମଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ରାଜଧାନୀରେ ଝିପଝିପ୍ ବର୍ଷା ହୋଇଛି । ତେବେ ଭୁବନେଶ୍ୱରରେ ୧୩ ଦଶମିକ ୨ ମିଲିମିଟର ।