ସାରା ରାଜ୍ୟରେ ମୌସୁମୀ ବର୍ଷା ଜାରି : ଆଉ ଦୁଇଦିନ ମେଘାଚ୍ଛନ୍ନ ରହିବ ଆକାଶ

56

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସାରା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି । ଗତ ୨୪ ଘଂଟା ମଧ୍ୟରେ କଟକରେ ସର୍ବାଧିକ ୮୫.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭବାନୀପାଟଣାରେ ୬୪ ମିଲିମିଟର, ବଲାଙ୍ଗିରରେ ୨୭.୬, କୋରାପୁଟରେ ୧୭.୫ ଓ ଭୁବନେଶ୍ୱରରେ ୧୭.୧ ମିଲିିମିଟର ବର୍ଷା ହୋଇଥିବା ଜଣାପଡିଛି । ପଂଜାବରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଦେଇ ସୃଷ୍ଟି ହୋଇଥିବା ନିମ୍ନଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି । ଆଗାମୀ ଦୁଇଦିନ ଯାଏଁ ଓଡିଶା ଆକାଶ ମେଘାଚ୍ଛନ୍ନ ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବା ସହ ରାଜ୍ୟର ଅନ୍ୟ ଭାଗରେ ଝିପିଝିପି ବର୍ଷା ଲାଗିରହିବ ।