ସାରା ରାଜ୍ୟରେ ମୌସୁମୀ ବର୍ଷା !

22

କନକ ବ୍ୟୁରୋ :  ଗତ ୨୪ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଉପକୂଳ ଓଡ଼ିଶାରୁ ଆରମ୍ଭ କରି ଉତ୍ତର, ଦକ୍ଷିଣ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇଛି । ପାରାଦୀପରେ ସର୍ବାଧିକ ୯୪.୫ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୪୨.୪, ବାଲେଶ୍ୱରରେ ୩୦.୪ମିମି, ଚାନ୍ଦବାଲିରେ ୨୨.୯ମିମି, ବାରିପଦାରେ ୧୬.୮ମିମି, ସମ୍ବଲପୁରରେ ୩୫ମିମି, ବଲାଙ୍ଗୀରରେ ୪୨ମିମି, ଫୁଲବାଣୀରେ ୩୦ମିମି ବର୍ଷା ହୋଇଛି ।

ଏହି ବର୍ଷା ମୌସୁମି ଜନିତ ବର୍ଷା ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଏହିଭଳି ବର୍ଷା ଲାଗି ରହିବ । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ କୁମାର ସାହୁ କହିଛନ୍ତି ଯେ, ଦିନବେଳା ତାପମାତ୍ର ଅଧିକ ରହୁଥିବାରୁ ଅପରାହ୍ନରେ ଅଧିକ ବର୍ଷା ହେଉଛି । ରାଜ୍ୟରେ ମୌସୁମି ବାୟୁ ସକ୍ରିୟ ଥିବାରୁ ଏହିପରି ବର୍ଷା ଲାଗିରହିବ । ମଝିରେ ମଝିରେ ବର୍ଷା ଛାଡ଼ିଯିବ । କିନ୍ତୁ ଯେତିକି ବର୍ଷା ହେବ ଭଲ ବର୍ଷା ହେବ ।