କାଲି ଛୁଇଁପାରେ ମୌସୁମୀ ! ୨୪ ଘଂଟାରେ ପ୍ରବଳ ବର୍ଷା ସମ୍ଭାବନା

31

କନକ ବ୍ୟୁରୋ : ୨୪ ଘଂଟା ପ୍ରବଳ ବର୍ଷା । ଆଜି ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହା ମୌସୁମୀ ପ୍ରଭାବରେ ନୁହେଁ ବରଂ ଲଘୁଚାପ ଜନିତ ବୋଲି ବିଭାଗ କହିଛି । ଦିନକ ପରେ ଓଡିଶା ଛୁଇଁପାରେ ମୌସୁମୀ । ତେବେ ଏହାପୂର୍ବରୁ ରାଜ୍ୟର ବିଭିନ୍ନ ଅଂଚଳରେ ହୋଇଛି ପ୍ରାକ୍ ମୌସୁମୀ ବର୍ଷା ।

ଆଉ ଆସନ୍ତା ୨୪ ଘଂଟା ଭିତରେ ରାଜ୍ୟର ପ୍ରାୟ ସବୁ ଅଂଚଳରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୨୪ ଘଂଟାରେ ଅଧିକ ଘନୀଭୂତ ହେବ । ସୋମବାର ସୁଦ୍ଧା ଏହା ସ୍ପଷ୍ଟ ରୂପ ନେଇ ପ୍ରବଳ ବର୍ଷା କରାଇବ । ସେହିପରି ଉତ୍ତର-ପଶ୍ଚିମ ଭାରତରୁ ଆଭ୍ୟନ୍ତରୀଣ ଓଡିଶା ଉପରେ ଦେଇ ଲମ୍ବିଯାଇଛି ଟ୍ରଫ ଲାଇନ୍ । ଏହା ତଳକୁ ଖସିଲେ ଅଧିକ ବର୍ଷା କରାଇବାରେ ସହାୟକ ହେବ ।