ବାତ୍ୟା ପ୍ରଭାବରେ ଓଡିଶାରେ ବିଳମ୍ବରେ ପହଞ୍ଚିପାରେ ମୌସୁମୀ ! ପଶ୍ଚିମବଙ୍ଗ ଓ ଓଡିଶାକୁ ମୌସୁମୀ ଆସିବାରେ ହୋଇପାରେ ଡେରି

ସ୍ଥଳଭାଗରେ ବାତ୍ୟା ମାଡ଼ ପରେ ଜଣାପଡିବ ମୌସୁମୀର ସ୍ଥିତି

608

କନକ ବ୍ୟୁରୋ: ବାତ୍ୟା ପ୍ରଭାବରେ ଓଡିଶାରେ ବିଳମ୍ବରେ ପହଞ୍ଚିପାରେ ମୌସୁମୀ । ପଶ୍ଚିମବଙ୍ଗ ଓ ଓଡିଶାକୁ ମୌସୁମୀ ବିଳମ୍ବରେ ଆସିପାରେ । ପୂର୍ବରୁ ଜୁନ ତୃତୀୟ ସପ୍ତାହରେ ମୌସୁମୀ ଓଡିଶା ଛୁଇଁବ ବୋଲି ଆକଳନ କରାଯାଉଥିଲା । ସ୍ଥଳଭାଗରେ ବାତ୍ୟା ବାୟୁ ମାଡ଼ ପରେ ମୌସୁମୀର ସ୍ଥିତି ଜଣାପଡିବ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଜୁନ ୮ରେ କେରଳରେ ମୌସୁମୀ ଛୁଇଁଥିଲା ।

https://www.google.com/

ଅନ୍ୟପକ୍ଷରେ ପ୍ରଚଣ୍ଡ ରୋଦ୍ର ତାପରେ ଛଟପଟ ହେଉଛି ସାରା ଓଡ଼ିଶା । ୧୫ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନଥିବା ବେଳେ ୧୬୫ ବ୍ଲକକୁ ହାଇ ଆଲର୍ଟ କରିଛି ପାଣିପାଗ ବିଭାଗ । ସମ୍ବଲପୁରରୁ ଭୁବନେଶ୍ୱର ହେଉ ଅବା ମଲାକାନାଗିରିରୁ ଚାନ୍ଦବାଲଇ ସବୁଠି ପାରଦ ଉପର ମୁହାଁ ହୋଇଛି । ଗୋଟିଏ ଦିନରେ ସବୁଠି ପାରଦ ୩ରୁ ୫ ଡ଼ିଗ୍ରି ପର୍ଯ୍ୟନ୍ତ ବଢ଼ିଛି । ୧୩ଟି ସହରରେ ପାରଦ ୪୦ ଡ଼ିଗ୍ରି ଡ଼େଇଁଥିବା ବେଳେ ସମ୍ବଲପୁରରେ ତାପମାତ୍ରା ୪୫ ଡ଼ିଗ୍ରୀ ଛୁଇଁଛି । ଆହୁରି ତିନି ଦିନ ଯାଏ ଏଭଳି ତାତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼,ଅନୁଗୁଳ, ବରଗଡ଼, ସୋନପୁର, ବଲଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଲାଗି ହିଟୱେଭ ଜାରି କରାଯାଇଛି । ସର୍ତକତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ୧୫ ତାରିଖ ଯାଏଁ ୧୬୫ଟି ବ୍ଲକକୁ ରେଡ଼ ଆଲର୍ଟ, ୭୧ ବ୍ଲକକୁ ୟୋଲୋ ଆଲର୍ଟ ଜାରି କରାଯାଇଛି । ସୂଚନା ରହିଛି ୧୫ ତାରିଖ ଯାଏଁ ପଶ୍ଚିମ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ପାରଦ ଅପରିବର୍ତିତ ରହିବ । ସବୁ ସ୍ଥାନରେ ୪୨ ଡ଼ିଗ୍ରିରୁ ୪୬ ଡ଼ିଗ୍ରୀ ତାପମାତ୍ରା ରହିବାର ଅନୁମାନ କରାଯାଇଛି ।