ଓଡିଶା ଛୁଇଁଲା ମୌସୁମୀ ! ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

302

କନକ ବ୍ୟୁରୋ : ଓଡିଶା ଛୁଇଁଲା ମୌସୁମୀ । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଜି ଆସି ଓଡ଼ିଶା ଛୁଇଁଛି । ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଜଗତସିହପୁର,କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କେତେକ ଅଞ୍ଚଳରେ ମୌସୁମୀ ବାୟୁ ପହଞ୍ଚିଛି । ଏହାସହ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ସୁଚନା ଦେଇଛି ପାଣିପାଗ ବିଭାଗ ।