ମେ ୩୦ରୁ ପ୍ରାକ୍ ମୌସୁମୀ ବର୍ଷା ! ଆରମ୍ଭରୁ ଅଧିକ ବର୍ଷିବ, ବନ୍ୟା ଆଶଙ୍କା

38

କନକ ବ୍ୟୁରୋ : ୩୦ରୁ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଦିନେ ଦୁଇ ଦିନ ଭିତରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ବାଂଲାଦେଶ ଉପକୂଳ ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୩୦ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବ । ଫଳରେ ୩୦ରୁ ଜୁନ୍ ୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ।

ଏହାର ପ୍ରଭାବରେ ରାଜ୍ୟ ତମାମ ତାତିରୁ ମିଳିବ ଆଶ୍ୱସ୍ତି । ତେବେ ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିବା ପରେ ହିଁ ତାର ବେଗରୁ ଓଡିଶାରେ କେବେ ଛୁଇଁବ ପୂର୍ବାନୁମାନ କହିହେବ ।