ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ ! ମୌସୁମୀ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ନିକୋବରରେ ବର୍ଷା ଆରମ୍ଭ

29

କନକ ବ୍ୟୁରୋ : ଆଣ୍ଡାମାନ ନିକୋବର ଛୁଇଁଲା ମୌସୁମୀ ବାୟୁ । ମୌସୁମୀ ପ୍ରଭାବରେ ଆଣ୍ଡାମାନ ଦ୍ୱୀପରେ ବର୍ଷା ଆରମ୍ଭ ହୋଇଯାଇଛି । ଦକ୍ଷିଣ ଆଣ୍ଡାମାନ ଓ ନିକୋବରରେ ବର୍ଷା ହେଉଛି । ୩ ଦିନ ଆଗରୁ ମୌସୁମୀ ଆଣ୍ଡାମାନ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ କହିଛି । ଏ ବର୍ଷ ମୌସୁମୀ ସ୍ୱାଭାବିକ ହେବ । ଆସନ୍ତା ୪୮ ଘଂଟା ମଧ୍ୟରେ କେରଳରେ ପ୍ରାକ ମୌସୁମୀ ବର୍ଷା ହେବାର ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ଜୁନ ୧ରେ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି ।

Rain
image courtesy-https://www.google.co.in

‘ସାଗର’ ବାତ୍ୟା ପ୍ରଭାବରୁ ଏହି ବିଳମ୍ବ ହୋଇଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ କହିଛି । କିନ୍ତୁ ଏହାର ଗତି ବେଶ ଅନୁକୂଳ ରହିଛି ଓ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଏହା କେରଳ ଛୁଇଁବାର ସମ୍ଭାବନା ରହିଛି । ପୂର୍ବରୁ ଜୁନ ୧ରେ ମୌସୁମୀ କେରଳ ଛୁଇଁବ ବୋଲି ସ୍କାଇମେଟ୍ ପକ୍ଷରୁ ଅଟକଳ କରାଯାଇଥିଲେ ମଧ୍ୟ ପ୍ରକୃତରେ ମୌସୁମୀ ୨-୩ ଦିନ ଆଗୁଆ କେରଳ ଛୁଇଁବ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ମୌସୁମୀ ମେ ୨୯ରେ କେରଳ ଛୁଇଁବ । କେରଳରେ ୨୯ରେ ମୌସୁମୀ ଆସିଲେ ଜୁନ ୬ ତାରିଖ ବେଳକୁ ଏହା ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରୁଛନ୍ତି । ଏ ବର୍ଷ ସ୍ୱାଭାବିକ ବର୍ଷା (୯୭%) ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ସ୍ୱାଭାବିକ ମୌସୁମୀ ସରକାରଙ୍କ ଚିନ୍ତାକୁ ଅନେକ ପରିମାଣରେ କମାଇବାର ସମ୍ଭାବନା ରହିଛି, କାରଣ ଏହା ଫଳରେ ଫସଲ ଅମଳ ଠିକ ହେବା ସହ ଆର୍ଥିକ ପରିଚାଳନା ସୁବିଧାଜନକ ହେବ।