ରାଜ୍ୟରେ ଆଉ ବର୍ଷାର ସମ୍ଭାବନା ନାହିଁ : ପାଣିପାଗ ବିଭାଗର ପୂର୍ବାନୁମାନ

32

କନକ ବ୍ୟୁରୋ : ରାଜ୍ୟରେ ଆଉ ବର୍ଷାର ସମ୍ଭାବନା ନାହିଁ । ଫେରିବାକୁ ବସିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ । ଏହି ସପ୍ତାହ ଶେଷ ସୁଦ୍ଧା ହଟିଯିବା ସମ୍ଭାବନା ରହିଛି । ବାୟୁମଣ୍ଡଳରେ ଜଳୀୟବାଷ୍ପ କମିବାରେ ଲାଗିଛି । ସେହିପରି ଉତର-ପଶ୍ଚିମ ଦିଗରୁ ପବନ ବହିବା ଆରମ୍ଭ କରିଦେଇଛି ।

ମଙ୍ଗଳବାର କେବଳ ବାରିପଦାରେ ୨୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ଆଗାମୀ ଦୁଇଦିନ ଯାଏଁ ବର୍ଷା ହେବାର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେଣୁ ଆଜିଠାରୁ ସକାଳୁଆ ଥଣ୍ଡା ଅନୁଭୂତ ହୋଇପାରେ । ଭୋରୁ ତାପମାତ୍ରା ୨ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ରହିଛି । ଆସନ୍ତା ଦୁଇଦିନ ଯାଏଁ ଏଭଳି ପାଗ ଅନୂଭୁତ ହେବା ଅନୁମାନ । ବୁଧବାର ଦାରିଙ୍ଗିବାଡି ଓ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୮.୫ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି ।

ସେହିପରି କେନ୍ଦୁଝର, ଅନୁଗୁଳ ଓ ଭବାନୀପାଟଣାରେ ମଧ୍ୟ ତାପମାତ୍ରା ହ୍ରାସ ପାଉଛି । ତେଣୁ ମୌସୁମୀ ବିଦାୟ ନେବାର ସଂକେତ ଦେଲାଣି ବୋଲି ଅନୁମାନ କରାଯାଉଛି । ତେବେ ରାଜ୍ୟରୁ ମୌସୁମୀ ବିଦାୟ ନେବା ସଂପର୍କରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –