ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ

46

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହି ଅଧିବେଶନରେ ରାଜ୍ୟ ସରକାରଙ୍କୁ ଘେରିବାକୁ ଦୁଇ ପ୍ରମୁଖ କଂଗ୍ରେସ ଓ ବିଜେପି ନିଜ ନିଜ ରଣନୀତି ପ୍ରସ୍ତୁତ କରିଛନ୍ତି । ସେପଟେ ବିରୋଧୀଙ୍କୁ ମୁକାବିଲା ପାଇଁ ମହାନଦୀ, ପୋଲାଭରମ, କେନ୍ଦ୍ରୀୟ ଅନୁଦାନକୁ ଢାଲ କରିବ ଶାସକ ଦଳ ବିଜେଡି । କଂଗ୍ରେସ ନଗଡା ଶିଶୁ ମୃତ୍ୟୁ, ଗୁମୁଡୁମାହା ଗୁଳିକାଣ୍ଡ, ଦାନମାଝିଙ୍କ ଶବବୁହା ଘଟଣା, ରାସନକାର୍ଡ କେଳେଙ୍କାରୀ, ରାୟଗଡାରେ ଆମ୍ବ ଟାକୁଆ ଜାଉ ଖାଇବା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ନିଷ୍ପତି ନେଇଛି ।

ସେପଟେ ବିଜେପି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ଦଳ । ସରକାରଙ୍କୁ ଦଳ କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଆକ୍ରମଣଠାରୁ ଆରମ୍ଭ କରି ବିଜେଡି ନେତାଙ୍କ ଦାଦାଗିରି, ଶିକ୍ଷା, ସ୍ୱାସ୍ଥ୍ୟ,ରାସନକାର୍ଡ, ଟିଚର ଅନ କଲ୍, ଚିଟଫଣ୍ଡ, ମୋତିଲାଲ୍ ଓ ହାପିକର ଲିଙ୍କ୍ ପ୍ରସଙ୍ଗ ବିଧାନସଭାରେ ଉଠାଇବ ବୋଲି ଜଣାପଡିଛି । ଓଡିଶା ସରକାରୀ ଭାଷା ସଂଶୋଧନ ବିଲ, ଗ୍ରାମ ପଂଚାୟତ ସଂଶୋଧନ ବିଲ ସମେତ ମୋଟ ୧୨ଟି ବିଲ ଚଳିତ ଅଧିବେଶନରେ ଆଗତ କରିବେ ସରକାର ।