କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ! ସେପଟେ ବାଲାଂଦେଶ ଚିଟାଗଙ୍ଗରେ ସ୍ଥଳଭାଗ ଛୁଇଁଲା ମୋରା

26

କନକ ବ୍ୟୁରୋ: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସେହିପରି ଉତ୍ତରପୂର୍ବ ଉପକୂଳ ଛୁଇଁଛି ମୌସୁମୀ ବାୟୁ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ମେ’ ଶେଷ ସପ୍ତାହରେ କେରଳ ଛୁଇଁଛି ମୌସୁମୀ । ଚଳିତବର୍ଷ ମୌସୁମୀ ଚାଷୀକୁ ସୁହାଇବ ବୋଲି କୁହାଯାଉଛି । ତେବେ ୬ ଦିନ ଆଗରୁ ଆସିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ଉପକୂଳ ଅଂଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ବାଲାଂଦେଶ ଉପକୂଳ ଛୁଇଁଲା ଘୂର୍ଣ୍ଣିଝଡ଼ ‘ମୋରା’ । ଆଜି ସକାଳୁ ବାଲାଂଦେଶ ଉପକୂଳରେ ପିଟି ହୋଇଛି ମୋରା । ଘୂର୍ଣ୍ଣଝଡ଼ରେ ପ୍ରଭାବିତ ହେବାର ଆଶଙ୍କା କରି ତଙ୍କବର୍ତ୍ତି ଅଂଚଳରୁ ୩ଲକ୍ଷରୁ ଅଧିକ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବଲାଂଦେଶର ଚିଟାଗଙ୍ଗ, ନୋ÷ଖାଲି, ଲକ୍ଷ୍ମୀପୁର,ଫେନି ଓ ଚାନ୍ଦପୁର ବାଲାଂଦେଶରେ ୭ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ତେବେ ବାଲାଂଦେଶର ସହାୟତା ପାଇଁ ଭାରତୀୟ ନୌସେନା ସଜାଗ ରହିଛି ବୋଲି ସୂଚନା ମିଳିଛି ।

ମୋରା’ର ପ୍ରଭାବରେ ଭାରତର ପୂର୍ବୋତ୍ତର ରାଜ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆଜି ଓ ଆସନ୍ତାକାଲି ତଥା ୨ଦିନ ମଧ୍ୟରେ ଆସାମ ଓ ମେଘାଳୟରେ ପବନ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ତ୍ରିପୁରା, ମିଜୋରାମ, ମଣିପୁର, ନାଗାଲାଣ୍ଡ ଓ ଅରୁଣାଚଳପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏହି ସମୟରେ ମାଛଧରାଳିଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ଚେତାବନୀ ଦିଆଯାଇଛି । ତେବେ ମୋରା ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।