ଲୁଚକାଳି ଖେଳୁଛି ମୈାସୁମୀ

16

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟକୁ ମୌସୁମୀ ଆସିବାରେ ବିଳମ୍ବ । ଆସନ୍ତା ୧୭ ସୁଦ୍ଧା ଓଡିଶା ଛୁଇଁବ ମୌସୁମୀ । ତେବେ ସମଗ୍ର ଓଡିଶାକୁ ୨୧ ତାରିଖ ସୁଦ୍ଧା ମୌସୁମୀ ଛୁଇଁବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି । ତେବେ ପ୍ରବଳ ଗରମ ଅନୁଭୂତ ହେଉଛି । ତିନି ଚାରି ଦିନ ହେଲା ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ପଶ୍ଟିମ ଓ ଉପକୂଳ ଓଡିଶାରେ ତାପମାତ୍ରା ୪୩ ଡିଗ୍ରୀ ପାର୍ କରିଛି । ତେବେ ମୌସୁମୀ ପାଇଁ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ କହିଛି ।