ପୁଣି ଘୁଂଚିଲା ମୌସୁମୀର ଆଗମନ : ଜୁନ୍ ଦ୍ୱିତୀୟ ସପ୍ତାହରେ ଛୁଇଁପାରେ ଓଡ଼ିଶା

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମାନ୍ୟ ବିଳମ୍ବରେ ଆସିବ ମୌସୁମୀ । ଜୁନ୍ ୭ରେ ମୌସୁମୀ କେରଳ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସାଧାରଣତଃ ଜୁନ୍ ୧ ତାରିଖରେ କେରଳ ଉପକୂଳ ଛୁଇଁଥାଏ ମୌସୁମୀ । ତେବେ ଏଥିରେ ସମାନ୍ୟ ବିଳମ୍ବ ହେଉଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ସେହିପରି ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡିଶା ଉପକୂଳରେ ମୌସୁମୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି । ଓଡିଶାରେ ଏବେବି ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଭ୍ୟନ୍ତରିଣ ଓଡିଶାରେ ୪୦ରୁ ୪୧ ଡିଗ୍ରୀ ମଧ୍ୟରେ ତାପମାତ୍ର ରହିଛି । ଆସନ୍ତା ୪-୫ ଦିନ ମଧ୍ୟ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତବର୍ଷ ଜୁନ୍ ୫ ତାରିଖରେ ମୌସୁମୀ ଛୁଇଁଥିବା ବେଳେ ୨୧୦୪ ମସିହାରେ ଜୁନ୍ ୬ ତାରିଖରେ କେରଳ ଉପକୂଳ ଛୁଇଁଥିଲା । ତେବେ ୨୦୧୩ ମସିହାରେ ଠିକ୍ ଜୁନ୍ ୧ ତାରିଖରେ କେରଳ ଉପକୂଳ ଛୁଇଁଥିଲା ।