ସ୍କୁଟି ଡିକିରେ କଳା ତମ୍ପ ।ଉଦ୍ଧାର ପରେ ଜଙ୍ଗଲରେ ଛଡାଗଲା, ବର୍ଷାଦିନରେ ଲୋକଙ୍କୁ ସର୍ତକ ରହିବାକୁ କହିଲେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ।

591

କନକ ବ୍ୟୁରୋ : ସ୍କୁଟି ଡିକି ଭିତରେ ତମ୍ପ ସାପ ଛୁଆ । ଫୁଲନଖରା ଅନନ୍ତପୁର ଗାଁରେ ସ୍କୁଟି ଡିକି ଭିତରୁ ତମ୍ପ ସାପ ଛୁଆ ଉଦ୍ଧାର କରାଯାଇଛି । ଦିପ୍ତୀରଂଜନ ସାସମଲ ସ୍କୁଟିରୁ ନିଜ ଜିନିଷ ବାହାର କରୁଥିବା ବେଳେ ସାପଟି ଡିକିରେ ଥିବା ଦେଖିବାକୁ ପାଇଥିଲେ । ତେବେ ପ୍ରଥମେ ଏହି ସାପଟିକୁ ନାଗ ସାପ ଛୁଆ ବୋଲି ଭାବିଥିଲେ ସ୍ଥାନୀୟ ବାସିନ୍ଦା ।

ମିଳିଥିବା ସୂଚନା ମୁତାବକ, ଅନନ୍ତପୁରର ଦୀପ୍ତୀରଞ୍ଜନ ଗାଁରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରକୁ ଯାଇଥିବା ବେଳେ ସେଠାରେ ଗାଡି ପାର୍କିଂ କରିଥିଲେ । ତେବେ କିଛି ସମୟ ପରେ ସ୍କୁଟିରୁ କିଛି ଜିନିଷ ନେବା ପାଇଁ ଡିକି ଖୋଲିଥିବା ବେଳେ ଏଥିରେ କଳା ସାପ ଛୁଆ ଦେଖିବାକୁ ପାଇଥିଲେ । ଏପରିକି ଏହି ସାପଟି ନାଗ ସାପ ଛୁଆ ବୋଲି ସ୍ଥାନୀୟ ଲୋକ କହିଥିଲେ । ପରେ ଡିକି ଭିତରୁ ଏହି ସାପ ଛୁଆଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦିଆଯାଇଛି ।

ସ୍ନେକ୍ ହେଲପ ଲାଇନ୍ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଏହି ଭିଡିଓ ଦେଖିବା ପରେ ଏହା ନାଗ ସାପ ନୁହେଁ ବରଂ ତମ୍ପ ସାପ ବୋଲି ସ୍ପଷ୍ଟ କରିଥିଲେ । ଏପରିକି ବର୍ଷାଦିନରେ ଏଭଳି ଘଟଣା ଅଧିକ ଦେଖିବାକୁ ମିଳିଥାଏ ବୋଲି ସର୍ତକ କରିଛନ୍ତି ଶୁଭେନ୍ଦୁ । ତେବେ ସ୍କୁଟି ପାର୍କିଂ ପରେ ଇଞ୍ଜିନ ଥଣ୍ଡା ହୋଇଯିବା ପରେ ସାପ ଛୁଆ ବେଶ ଆରାମରେ ସ୍କୁଟି ଡିକି ଭିତରେ ରହିପାରନ୍ତି । ତେଣୁ ଗାଡି ଡିକିକୁ ନିୟମତି ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି ଶୁଭେନ୍ଦୁ ।

Comments are closed.