ଖାଦ୍ୟ ଅନ୍ୱେଷଣରେ ଯାଇ ପାହାଡ଼ରେ ଫସିଗଲେ ମାଙ୍କଡ଼ ଦଳ : ତିନି ମାସ ହେଲା ବିନା ଖାଦ୍ୟରେ ରହିଛନ୍ତି ଶହ ଶହ ମାଙ୍କଡ଼, ବନ ବିଭାଗ ପକ୍ଷରୁ ଉଦ୍ଧାର ଅଭିଯାନ ଆରମ୍ଭ

830

କନକ ବ୍ୟୁରୋ : ଟାପୁରେ ଫସିଛି ମାଙ୍କଡ ଦଳ । ଖାଦ୍ୟ ଅନ୍ବେଷଣ ପାଇଁ ଗୋଟିଏ ପାହଡ଼ରୁ ଅନ୍ୟ ପାହାଡ଼କୁ ଚାଲିଗଲେ। କିନ୍ତୁ ହଠାତ୍ ପାଣି ଚାଲି ଆସିବାରୁ ୩ମାସ ହେଲା ଫସି ରହିଥିଲେ ଶହ ଶହ ମାଙ୍କଡ଼। ଖାଦ୍ୟ ସରିବା ପରେ ଭୋକରେ ପଡ଼ି ରହିଥିଲେ। ଖାଦ୍ୟାଭାବରୁ କିଛି ମାଙ୍କଡ଼ ମରି ଯାଇଥିବାବେଳେ କିଛି ରୋଗିଣା ହୋଇଗଲେ। ଏହା ଜାଣିବା ପରେ ନିକଟସ୍ଥ ଗ୍ରାମବାସୀ ବନ ବିଭାଗକୁ ଖବର ଦେଲେ । ବର୍ତ୍ତମାନ ଅସ୍ଥାୟୀ ବାଉଁଶ ପୋଲ ଦ୍ବାରା ମାଙ୍କଡ଼ମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଏମିତି ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ଦୀର୍ଘ ୫ ଦିନ ଧରି ବିଭିନ୍ନ ଉପାୟ କରିବା ପରେ ଏବେ ଜଳଭଣ୍ଡାରରୁ ଜଳ ନିଷ୍କାସନ ଆରମ୍ଭ କରିଛି ବନ ବିଭାଗ । ଏପରି ଘଟଣା ଘଟିଛି ଛତିଶଗଡ କାଂକେର ଜିଲ୍ଲାରେ । ଜିଲ୍ଲାର ଦୁଧୁଆ ଜଳଭଣ୍ଡାର ର ଏକ ଟାପୁ ରେ ଦୀର୍ଘ ଧିନ ଧରି ଶତାଧିକ ମାଙ୍କଡ ଫସି ଥିବା ଖବର ପାଇ ବନ ବିଭାଗ ରେସ୍କ୍ୟୁ ଅପରେସନ ଆରମ୍ଭ କରି ଥିଲା । ପାଣି ଭିତରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରି ମାଙ୍କଡଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ହୋଇ ଥିଲା । ତେବେ ଏହା ବିଫଳ ହବା ପରେ ଦୁଧୁଆ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ଲାଗି ସ୍ଥିର କରି ଥିଲା ବନ ବିଭାଗ । ଜଳ ସମ୍ପଦ ବିଭାଗର ଅନୁମୋଦନ କ୍ରମେ ଦୁଧୁଆ ଡ୍ୟାମ ରୁ ୫୦୦ କ୍ୟୁସେକ୍ ବେଗରେ ଜଳ ନିଷ୍କାସନ ଆରମ୍ଭ କରିଛି କାଂକେର ଜିଲ୍ଲା ପ୍ରଶାସନ ଓ ବନ ବିଭାଗ । ଗତ କାଲି ଠାରୁ ଜଳ ନିଷ୍କାସନ ଆରମ୍ଭ ହୋଇ ଥିବା ବେଳେ ଏ ଯାଏଁ ଜାରି ରହିଛି ନିଷ୍କାସନ ।

ସୂ