ବିବାହରେ ଖଳନାୟକ ସାଜୁଛନ୍ତି ମାଙ୍କଡ ! ବଢିଚାଲିଛି ଅବିବାହିତ ଝିଅଙ୍କ ସଂଖ୍ୟା

49

ମାଙ୍କଡ ମାନଙ୍କ ପାଇଁ ଅବିବାହିତ ରହୁଛନ୍ତି ଝିଅମାନେ  ।  ଏପରିକି ଗାଁକୁ ବରଯାତ୍ରୀ ଯିବା ପାଇଁ ଡରୁଛନ୍ତି ଲୋକ । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି ବିହାରର ଭୋଜପୁର ଜିଲ୍ଲାରୁ । ଗାଁରେ ମାଙ୍କଡ ଭୟ ଏତେ ଯେ ଅବିବାହିତ ଝିଅଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ଅନେକ ଉପାୟ କଲା ପରେ ମଧ୍ୟ କୌଣସି ଫଳ ମିଳୁନାହିିଁ  । ବରଂ ମାଙ୍କଡ ମାନଙ୍କ ଉପଦ୍ରବ ଆସ୍ତେ ଆସ୍ତେ ବଢିବାରେ ଲାଗିଛି । କୌଣସି ବି ବରଘର ଲୋକ ଏହି ଗାଁକୁ ଯିବା ପାଇଁ ରାଜି ହେଉ ନାହାନ୍ତି ।

କିଛି ବର୍ଷ ପୂର୍ବରୁ ରତନପୁର ଗାଁକୁ ବରଯାତ୍ରୀ ବ୍ୟାଣ୍ଡ ବାଜା ସହ ଆସିଥିଲେ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେପରି ଗାଁକୁ ବରଯାତ୍ରୀ ମାନେ ପ୍ରବେଶ କରିଛନ୍ତି ମାଙ୍କଡ ଗ୍ୟାଙ୍ଗ ସେମାନଙ୍କୁ ଆକ୍ରମଣ କରିଥିଲେ । ପ୍ରଥମେ ସେମାନେ ମାଙ୍କଡ ମାନଙ୍କୁ ଘଉଡାଇବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ଯେତେବେଳେ ମାଙ୍କଡ ଗ୍ୟାଙ୍ଗ୍ ଆକ୍ରମକାତ୍ମକ ବ୍ୟବହାର କରିଥିଲେ, ବରଯାତ୍ରୀ ଜୀବନ ବଞ୍ଚାଇ ସେଠାରୁ ପଳେଇ ଯାଇଥିଲେ । ଗାଁର ମୁଖିଆଙ୍କ କହିବା ଅନୁସାରେ ମାଙ୍କଡ ଗ୍ୟାଙ୍ଗର ଉପଦ୍ରବ ଯୋଗୁଁ ଅନ୍ୟ ଗାଁ ଲୋକ ଏହି ଗାଁକୁ ବବାହ କରିବା ପାଇଁ ରାଜି ହେଉ ନାହାନ୍ତି ।