ଦେଢ ମାସର ଶିଶୁକୁ ଧରି ଛୁ ମାରିଲା ମାଙ୍କଡ ! ଲୋକଙ୍କ ପାଟି ଶୁଣି ଫୋପାଡି ଦେଇଗଲା ପଡୋଶୀଙ୍କ ଛାତରେ

43

ଘର ଭିତରେ ଶୋଇଥିବା ଏକ ଦେଢ ମାସର ଶିଶୁକୁ ନେଇ ଛୁ ମାରିଲା ମାଙ୍କଡ । ଏପରି ଅଭାବନୀୟ ଘଟଣା ଘଟିଛି ମଥୁରାର ସୁନ୍ଦରବନ କଲୋନୀରେ । ଶିଶୁର ପିତା ଦୀନେଶ କୁମାରଙ୍କ କହିବା ଅନୁସାର ସେ କାମ ପାଇଁ ବାହାରକୁ ଯାଇଥିଲେ ଏବଂ ତାଙ୍କ ସ୍ତ୍ରୀ ଶିଶୁକୁ ଘରେ ଶୁଆଇ ଘରକାମ କରିବାରେ ବ୍ୟସ୍ତ ଥିଲେ । ଏହି ସମୟରେ ମାଙ୍କଡ ଘର ଭିତରକୁ ଆସି ଶିଶୁକୁ ଉଠାଇ ନେଇ ପଳାଇ ଯାଉଥିଲା । ଶିଶୁକୁ ମାଙ୍କଡ ନେଉଥିବାର ଦେଖି ଲୋକମାନେ ପାଟି କରିବାରେ ଲାଗିଥିଲେ ।

ଲୋକଙ୍କ ପାଟି ଶୁଣି ମାଙ୍କଡଟି ଶିଶୁକୁ ପଡୋଶୀଙ୍କ ଘର ଛାତରେ ପୋଫାଡି ଦେଇଥିଲା । ଏପରି କରିବା ପରେ ଶିଶୁଟି ବେହୋଶ ହେବାସହ ମୁଣ୍ଡରେ ତାର ଗଭୀର ଆଘାତ ଲାଗିଥିଲା ଏବଂ ତାକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଶିଶୁର ଅବସ୍ଥା ଏତେ ଗରୁତର ହେବାରେ ଲାଗିଲା ଯେ ବିଳମ୍ବିତ ରାତ୍ରୀରେ ତା’ର ଅସ୍ତ୍ରୋପଚାର କରାଗଲା । ଏବେ ୭୨ ଘଂଟା ପୂର୍ବରୁ କିଛି କହିବା ସମ୍ଭବ ନୁହଁ ବୋଲି କହିଛନ୍ତି ମଡେିକାଲ କର୍ତ୍ତୃପକ୍ଷ । ଅସ୍ତ୍ରୋପଚାର ପରେ ମଧ୍ୟ ଶିଶୁର ସ୍ଥିତି ବହୁତ ଗମ୍ଭୀର ଥିବା ଜଣାପଡିଛି ।