୧୨ ଦିନର ଶିଶୁକୁ ମା’କୋଳରୁ ଝାମ୍ପି ନେଲା ମାଙ୍କଡ ! କ୍ଷଣକ ସମୟରେ ଘଟିଗଲା ହୃଦୟବିଦାରକ ଘଟଣା ।

168

ଆଗ୍ରାର ରୁନକତା ନାମକ ଏକ ସ୍ଥାନରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାକାର ଏକ କଲୋନୀରୁ ଗୋଟିଏ ମାଙ୍କଡ ମା’ କୋଳରୁ ୧୨ ଦିନର ଶିଶୁପୁତ୍ରକୁ ଛଡାଇ ନେଇ ନିର୍ମମ ଭାବେ ତାର ଜୀବନ ନେଇଯାଇଛି । ମହିଳା ଶିଶୁକୁ ସ୍ତନ୍ୟପାନ କରାଉଥିବା ସମୟରେ ହଠାତ୍ ମାଙ୍କଡଟି ଆସି ମା’କୋଳରୁ ପୁଅଟିକୁ ଝାମ୍ପି ନେଇଥିଲା । ମହିଳା ଜଣକ ପୁଅକୁ ବଚାଂଇବାକୁ ଚେଷ୍ଟା କରୁଥିବା ବେଳେ ମାଙ୍କଡଟି ପିଲାଟିର ବେକରେ ଦାନ୍ତ ଗଳାଇ ଦେଇଥିଲା । ଉକ୍ତସ୍ଥାନରେ ହିଁ ପିଲାଟିର ପ୍ରାଣବାୟୁ ଉଡି ଯାଇଥିଲା ।

ଶବଟିକୁ ଧରି ମାଙ୍କଡ ସେଠାରୁ ଦୌଡିବାକୁ ଚେଷ୍ଟା କରୁଥିବା ବେଳେ ଲୋକମାନଙ୍କ ପାଟିରେ ଗୋଟିଏ ଦୋକାନ ଉପରେ ଶବକୁ ଛାଡି ଚାଲି ଯାଇଥିଲା । ଘଟଣାଟି ସୋମବାର ରାତି ୯ ଟା ବେଳେ ଘଟିଥିଲା । ଅଟୋଚାଳକଙ୍କ ପତ୍ନୀ କୋଠରୀରେ ୧୨ ଦିନର ପୁଅ ଶନିକୁ କ୍ଷୀର ପିଆଉଥିବା ସମୟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା । କେହି କିଛି ବୁଝିବା ପୂର୍ବରୁ ଏଭଳି ମାଙ୍କଡଟି ପିଲା ଉପରେ ଆକ୍ରମଣ କରିସାରିଥିଲା । ଦୁଇବର୍ଷ ପରେ ହୋଇଥିବା ପ୍ରଥମ ସନ୍ତାନର ବଚିଂବା ଆଶାରେ ବାପା’ମା ହସପିଟାଲ୍ ଯାଇଥିଲେ କିନ୍ତୁ ସେଠାରେ ତାକୁ ମୃତ ଘୋଷଣା କରାଯାଇଥିଲା ।  ତେବେ ମାସେ ତଳେ ଦୁଇମାସର ଜଣେ ଶିଶୁକନ୍ୟାକୁ ମାଙ୍କଡ ଘରୁ ଉଠାଇ ଗଛ ତଳେ ରଖି ଦେଇଥିଲା । ଶିଶୁକନ୍ୟାଟି ବର୍ତ୍ତମାନ ଆଇସିୟୁରେ ଅଛି ।