ମାଙ୍କଡ଼ ପାଇଁ ହଟହଟା ! ଜିଓ ଟାୱାର ଉପରେ ଦୁଇ ଘଣ୍ଟା ଧରି ଦୁଇ କର୍ମଚାରୀଙ୍କୁ କଲା ହଇରାଣ

29

କନକ ବ୍ୟୁରୋ : ମାଙ୍କଡ଼ ପାଇଁ ହଟହଟା । ମୋବାଇଲ ଟାୱାର ଉପରେ ମରାମତି ପାଇଁ ଦୁଇ ଜଣ କର୍ମଚାରୀ ଚଢ଼ିଥିବା ବେଳେ ତାଙ୍କୁ ନାକେଦମ୍ କରି ଦେଇଥିଲା ଏକ ମାଙ୍କଡ । ଭୁବନେଶ୍ୱର ବମିଖାଲ ଅଂଚଳରେ ଏକ ଜିଓ ଟାୱାର ମରାମତି ପାଇଁ ଦୁଇ କର୍ମଚାରୀ ଟାୱାର ଉପରକୁ ଚଢ଼ିଥିଲେ । ହେଲେ ହଠାତ୍ ସେତେବେଳେ ଏକ ମାଙ୍କଡ ଟାୱାର ଉପରେ ଚଢ଼ିଯିବାରୁ ନାକେଦମ୍ ହୋଇଥିଲେ ଦୁଇ କର୍ମଚାରୀ । ନା ସେମାନେ ତଳକୁ ଓହ୍ଲାଇ ପାରୁଥିଲେ ନା’ ଟାୱାର ଉପରେ ଠିକ୍ରେ ରହି ପାରୁଥିଲେ ।

କାରଣ ମାଙ୍କଡ ଟାୱାରର ଉପରକୁ ଉପରକୁ ଚଢ଼ି ଚାଲିଥିଲା । ଏଭଳି ସ୍ଥିତି ଲୋକମାନେ କୌଣସି ଉପାୟ ନପାଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀ ପହଂଚି, ଲୁହା ରଡ ଦ୍ୱାରା ମାଙ୍କଡ଼କୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ପାଖାପାଖି ଦୁଇ ଘଂଟାରୁ ଅଧିକ ସମୟ ଧରି ହନ୍ତସନ୍ତ ହୋଇଥିବା ଦୁଇ କର୍ମଚାରୀ ଟାୱାରରୁ ଶେଷରେ ତଳକୁ ଓହ୍ଲାଇଥିଲେ ।