ଆଠଗଡରେ ମାଙ୍କଡ ଉତ୍ପାତ! ଆକ୍ରମଣରେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର, ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

31

କନକ ବ୍ୟୁରୋ : ଆଠଗଡରେ ମାଙ୍କଡ ଆତଙ୍କ । ମାଙ୍କଡ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି । ଏନେଇ ବନବିଭାଗକୁ ବାରମ୍ବାର ଜଣାଇଲେ ପରେ ମଧ୍ୟ ମାଙ୍କଡକୁ କାବୁ କରିବାରେ ବନବିଭାଗ ବିଫଳ ହୋଇଛି । ଏହାକୁ ପ୍ରତିବାଦ କରି ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ।

ଆଠଗଡ କଟକିଆ ସାହି ନୂଆଗଡ ଗାଁରେ ମାଙ୍କଡ ପଲ ଗତ କିଛି ଦିନ ଧରି ଉତ୍ପାତ କରି ଅନେକ ଗ୍ରାମବାସୀଙ୍କୁ ଆହତ କରିଛନ୍ତି । ଏନେଇ ଗ୍ରାମବାସୀ ବନବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।