ମାଙ୍କଡ ପାଲଟିଲା ବସ୍ ଡ୍ରାଇଭର୍ ! ଯାତ୍ରୀବାହୀ ବସରେ ଷ୍ଟିଅରିଂ ଧରି ଚଲାଇଲା ବସ୍ ।

126

କଥାକଥାରେ ‘ମାଙ୍କଡ ହାତରେ ଶାଳଗ୍ରାମ’ ଢଗକୁ ଆମେ ପ୍ରାୟ ସମସ୍ତେ ମୁଖରୁ ଶୁଣିବାକୁ ପାଇଛେ। ତେବେ ଏହି ମାଙ୍କଡ଼ର କାରନାମାକୁ ନେଇ କର୍ଣ୍ଣାଟକରୁ ଏକ ଭିଡିଓ ସାମ୍ନାକୁ ଅସିଛି। ଯେଉଁଥିରେ ଏକ ମାଙ୍କଡ ଯାତ୍ରୀବାହୀ ଚଳନ୍ତା ବସର ଷ୍ଟିଅରିଂ ଧରି ଚଳାଉଥିବା ଦେଖିବାକୁ ମିଳିଛି । ମାଙ୍କଡର ବସ୍ ଚଳାଇବାର ୧.୧୩ ମିନିଟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଡ୍ରାଇଭର ବସ୍ ଚଳାଇବା ବେଳେ ଷ୍ଟିଅରିଂ ଉପରେ ଗୋଟିଏ ପୋଷା ମାଙ୍କଡକୁ ବସାଇଛନ୍ତି । ଆଉ ମାଙ୍କଡଟି ଡ୍ରାଇଭର ଯେମିତି ଷ୍ଟିଅରିଂ ମୋଡନ୍ତି ସେମିତି ମୋଡୁଛି । ଏହି ସମୟର ଏକ ଭିଡିଓ ଜଣେ ଯାତ୍ରୀ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ନିଗମର ଉକ୍ତ ଚାଳକ ଯାତ୍ରୀଙ୍କ ଜୀବନକୁ ଖାତିର ନକରି ବେପରୁଆ ଗାଡି ଚଳାଉଥିବା ନେଇ ତଥା ପରିବହନ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କୁ କାର‌୍ୟ୍ୟରୁ ନିଲମ୍ବିତ କରିଛନ୍ତି।