ଥାନାବାବୁଙ୍କ ମୁଣ୍ଡ ଉପରେ ବସିଲା , ଉକୁଣି ଖୋଜିଲା ଆଉ ପାଟିକୁ ପକାଇଲା ! ଭାଇରାଲ୍ ହେଉଛି ମାଙ୍କଡ଼ର ଉକୁଣିଖୋଜା ଭିଡିଓ । ଦେଖନ୍ତୁ ଭିଡିଓ

424

ସୋସିଆଲ୍ ମିଡିଆରେ ଅନେକ ପ୍ରକାର ଭିଡିଓ ଭାଇରାଲ୍ ହୁଏ । କିଛି ସମାଜ ପାଇଁ ଉଦାହରଣ ପାଲଟେ ତ ଆଉ କିଛି ଲୋକଙ୍କୁ ଚକିତ କରେ । ଆଉ କିଛି ଭିଡିଓ ଲୋକଙ୍କ ମନରେ କୌତୁହଳ ଜାତ କରାଇଥାଏ । ଏଭଳି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓଟି ହେଉଛି ଉତ୍ତରପ୍ରଦେଶ ପିଲିଭିତ୍ ଜିଲ୍ଲାର । କୋତବାଲି ନଗରରେ ଥିବା ପିଲିଭିତ୍ ଥାନା ଭିତରେ ଜଣେ ପୋଲିସ୍ କର୍ମଚାରୀ ଡ୍ୟୁଟି କରୁଥିବା ସମୟରେ ଏକ ମାଙ୍କଡ଼ ତାଙ୍କ ମୁଣ୍ଡରୁ ଉକୁଣି କାଢି ଖାଉଥିବା ଭିଡିଓ ଏବେ ଭାଇରାଲ୍ ହେଉଛି । ମାଙ୍କଡଟି ପୋଲିସ୍ କର୍ମଚାରୀଙ୍କ ମୁଣ୍ଡରେ ବସି ଉକୁଣି କାଢୁଛି ଏବେ ପାଟିରେ ପୁରାଉଛି । ଏହି ଭିଡିଓଟି ଭାଇରାଲ୍ ହେବା ପରେ ଲୋକଙ୍କୁ ମନରେ ଖୁବ୍ କୌତୁହଳ ଜନ୍ମାଇଛି ।

ଥାନା ଇନଚାର୍ଜରେ ଥିବା ଶ୍ରୀକାନ୍ତ ଦ୍ୱିବେଦୀ ଦ୍ୱିପ୍ରହର ସମୟରେ ଡ୍ୟୁଟି କରୁଥିବା ସମୟରେ ଅଚାନକ ଥାନା ଭିତରକୁ ମାଙ୍କଡଟି ପ୍ରବେଶ କରି ତାଙ୍କ ମୁଣ୍ଡ ଉପରେ ବସିପଡିଥିଲା । ମାଙ୍କଡ ଆକ୍ରମଣ କରିବ ଭାବି ଇନ୍ସପେକ୍ଟର କିଛି ନ କହି ନିଜ କାମ କରିଚାଲିଲେ , ଏପଟେ ମାଙ୍କଡଟି ଉକୁଣି ଖୋଜି ଖାଇବାରେ ବ୍ୟସ୍ତ ହୋଇଗଲା । ଯେତେବେଳେ ମାଙ୍କଡର ମନ ଭରିଗଲା ସେ ତଳକୁ ଓହ୍ଲାଇ ଡେଇଁ ଡେଇଁ ବାହାରକୁ ଚାଲିଗଲା । ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଦେଖନ୍ତୁ ଭିଡିଓ