ଯାଜପୁର ସୁକିନ୍ଦା ଅଞ୍ଚଳରୁ ଗାଡିରୁ ମିଳିଲା ୧୫ ଲକ୍ଷ ଟଙ୍କା । ଗାଡି ସମେତ ଡ୍ରାଇଭରଙ୍କୁ ଅଟକ ରଖିଲା ପୋଲିସ, ତଦନ୍ତ ପ୍ରକ୍ରିୟା ଜାରି

ନିର୍ବାଚନ ପାଖେଇ ଆସୁଥିବା ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଟଙ୍କା ଜବତ ହେବାରେ ଲାଗିଛି

62

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଟଙ୍କା ଜବତ ହେବାରେ ଲାଗିଛି । ପ୍ରତ୍ୟେକ ଦିନ କେଉଁଠାରୁ ନା କେଉଁଠାରୁ ଟଙ୍କା ଜବତ ହେବାର ଖବର ଆସିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଯାଜପୁରରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି । ଫ୍ଲାଇଂ ସ୍କ୍ୱାର୍ଡ ଓ ସୁକିନ୍ଦା ପୋଲିସ ଯାଂଚ କରୁଥିବା ବେଳେ ଗରାମିଆ ରେଙ୍ଗାଳି ବନ୍ଧ ଉପରେ ଯାଉଥିବା ଏକ ଗାଡିରୁ ୧୫ ଲକ୍ଷ ୩୧ ହଜାର ଟଙ୍କା ଜବତ କରିଛି । ଏନଇସିସି ନାମକ କମ୍ପାନୀ ଏହି ଟଙ୍କା ନେଇ ଯାଉଥିଲା । କୌଣସି ରାଜନୈତିକ ଦଳ ନିର୍ବାଚନ ପାଇଁ ନିକଟସ୍ଥ ଗାଁକୁ ଏହି ଟଙ୍କା ନେଇଯାଉଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଡ୍ରାଇଭର ସମେତ ୩ ଜଣଙ୍କୁ ଅଟକ ରଖିଛି କାଳିଆପାଣି ପୋଲିସ ।

ଏହା ସହ ଟଙ୍କା ନେଇ ଯାଉଥିବା ଓଡି-୩୩ -ଟି-୭୬୦୮ ନମ୍ବରର ବୋଲେରୋ ଗାଡିକୁ ମଧ୍ୟ ଜବତ କରିଛି ପୋଲିସ । ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ତେବେ ଏତେ ପରିମାଣରେ ଟଙ୍କା କେଉଁଠାରୁ ଆସିଥିଲା ଓ କାହା ପାଖକୁ ଯାଉଥିଲା ସେ ସମ୍ପର୍କରେ କୌଣସି ସୁରାଗ ମିଳିନାହିଁ । କିନ୍ତୁ ଏତେ ପରିମାଣରେ ଟଙ୍କା ଗାଡିରେ ଥିବାରୁ ତାହା ପୁଣି ନିର୍ବାସମୟରେ ହୋଇଥିବାରୁ ପୋଲିସର ସନ୍ଦେହ ବଢିଛି ।

Comments are closed.