୪୨ଶହ କୋଟିର କଳାଧନ ଠାବ କଲା ଆୟକର ବିଭାଗ : ୫ହଜାରରୁ ଅଧିକ ଲୋକଙ୍କୁ ନୋଟିସ

32

ବିମୁଦ୍ରାକରଣକୁ ୫୦ ଦିନ ପୂରିଛି । କଳାଧନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିର୍ଜିକାଲ ଷ୍ଟ୍ରାଇକ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ପାଖାପାଖି ୪୨୦୦ କୋଟିର କଳାଧନ ଠାବ କରିଛି ଆୟକର ବିଭାଗ । ୪ହଜାର ୧୭୨କୋଟିର ଅଘୋଷିତ ଆୟ ଠାବ ହୋଇଥିବା ସୂଚନା ମିଳିଛି ।

ଏହି ସମୟ ମଧ୍ୟରେ ୫୪୯ କୋଟିର ସୁନା ଗହଣା ଜବତ କରାଯାଇଛି । ୫୦ ଦିନ ମଧ୍ୟରେ ଆୟକର ଅଧିକାରୀମାନେ ୯୮୩ଟି ରେଡ୍ କରିଛନ୍ତି । ଅଘୋଷିତ ଆୟ ସଂଦେହ କରି ୫ ହଜାର ୨୭ ଜଣଙ୍କୁ ନୋଟିସ ପଠାଯାଇଛି । ସେହିପରି ମୋଟ ୧୦୫ କୋଟିର ନୂଆ ନୋଟ ମଧ୍ୟ ଠାବ କରାଯାଇଛି । ଏହାସହ ୨ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଥିବା ୬୦ଲକ୍ଷ ଟଙ୍କା ଆକାଉଂଟ ଉପରେ ଆୟକର ବିଭାଗ ନଜର ରଖିଛି  ।