ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଟଙ୍କା ଜବତ ! କୋକସରାରେ ପୋଲିସ ପେଟ୍ରୋଲିଂ ବେଳେ ବାଇକ ଆରୋହାଙ୍କ ଠାରୁ ୫ ଲକ୍ଷ ଟଙ୍କା ଜବତ ।

135

କନକ ବ୍ୟୁରୋ : ରାଜଗାଙ୍ଗପୁର ପରେ ଏବେ କୋକସରାରୁ ୫ ଲକ୍ଷ ଟଙ୍କା ଜବତ ହୋଇଛି । ମୋଟେର ଖୁଟୁଲଗୁଡା ଛକ ନିକଟରେ ଆସ୍କା ପୁଲିସ ନିର୍ବାଚନ ପେଟ୍ରୋଲିଂ କରୁଥିବା ସମୟରେ ଏକ ବାଇକରୁ ଏହି ଟଙ୍କା ଜବତ ହୋଇଛି । ବରଗଡ ବରାହଗୁଡା ଗାଁର ସୁଦାମ ଭୋଇଙ୍କ ନିକଟରୁ ଏହି ଟଙ୍କା ଜବତ ହୋଇଥିବା ବେଳେ ସେ ଗୋପାଳ ଫିଡ ରାଇସକୁ ଟଙ୍କା ନେଇ ଯାଉଥିବା କହିଛନ୍ତି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ପଡିବାକୁ ଆଉ ଅଳ୍ପ ଦିନ ବାକି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବେଆଇନ୍ ଟଂକା କାରବାର ଉପରେ ନଜର ରଖିଛନ୍ତି ନିର୍ବାଚନ କମିଶନ । ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି ଫ୍ଲାଇଂ ସ୍କୁଆଡ୍ ଅଧିକାରୀ । ଗତକାଲି ରାତିରେ ସୁନ୍ଦରଗଡ କୋଏଡା ବସଷ୍ଟାଣ୍ଡରେ ଯାଂଚ ବେଳେ ଗୋଟିଏ ବୋଲେରୋରୁ ମିଳିଛି ୬ ଲକ୍ଷ ୭୦ ହଜାର ଟଙ୍କା । ସେହିପରି ରାଜଗାଙ୍ଗପୁର ଟାଉନକଂଗ୍ରେସ ସଭାପତି ଇଫତକାର ଅହମ୍ମଦ ଓ ତାଙ୍କର ସମ୍ପର୍କୀୟ ଇମ୍ରାନ ଇକବାଲଙ୍କ ନିକଟରୁ ଜବତ ହୋଇଛି ୬ ଲକ୍ଷ ଟଙ୍କା । ସେପଟେ ଗୁଣୁପୁରରେ ଫ୍ଲାଇଂ ସ୍କୁଆଡର ଚଢାଉରେ ୫ ଲକ୍ଷ ଟଂକା ଜବତ ହୋଇଛି ।