ପେଟ୍ରୋଲ ପମ୍ପରେ ମିଳିବ ଟଙ୍କା : ଡେବିଟ୍ ଓ କ୍ରେଡିଟ୍ କାର୍ଡ ସ୍ୱାଇପ୍ ମାଧ୍ୟମରେ ଉଠାଇ ପାରିବେ ଜମାରାଶି

26

କନକ ବ୍ୟୁରୋ : ପେଟ୍ରୋଲ ପମ୍ପରେ ମିଳିବ ଟଙ୍କା । ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ମାଧ୍ୟମରେ ସ୍ୱାଇପ ମେସିନରେ ଉଠାଇ ହେବ ଟଙ୍କା । ୨୦୦୦ପର୍ଯ୍ୟନ୍ତ ଟଙ୍କା ଉଠାଇ ହେବ । ପ୍ରଥମ ଦଫାରେ ଦେଶର ନିର୍ଦ୍ଦିଷ୍ଟ ପେଟ୍ରୋଲ ପମ୍ପରେ ଏହି ସୁବିଧା ମିଳିବ । ୨୫୦୦ ପେଟ୍ରୋଲ ପମ୍ପରେ ଏହି ସୁବିଧା ଉପଲବ୍ଧ ହେବ ।

ଗୁରୁବାର ସର୍ବ ଭାରତୀୟ ପେଟ୍ରୋଲ ପମ୍ପ ଡିଲର ଆସୋସିଏସନ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଅରୁନ୍ଧତି ଭଟ୍ଟାଚାର୍ଯ୍ୟଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏଆଇପିଡିଏର ସଭାପତି ଅଜୟ ବଂଶାଲ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଗକୁ ଏହି ସୁବିଧା ୨୦ହଜାର ଆଉଟଲେଟରେ ଯୋଗାଇଦେବା ପାଇଁ ସଂଘ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।
ଦେଖନ୍ତୁ ଏହି ଭିଡିଓ –


ଏହାସହ ମଧ୍ୟ ଦେଖନ୍ତୁ-