ମାଲକାନଗିରି : କାର୍ଡ ପିଛା ହିତାଧିକାରୀ ଦେଉଛନ୍ତି ଶହେରୁ ୨ଶହ ଟଙ୍କା

25

କନକ ବ୍ୟୁରୋ : ଟଙ୍କା ନାହିଁ ତ ଆଧାର କାର୍ଡ ନାହିଁ । ଏଭଳି ଖବର ଆସିଛି ଲାଲଗଡରୁ । ମାଲକାନଗିରି ଜିଲ୍ଲାର ସିମାନ୍ତରେ ଥିବା ପୋଡିଆ ବ୍ଲକ ସଦର ମହକୁମା ସ୍ଥିତ ପଂଚାୟତ ଆଧାର କେନ୍ଦ୍ରରେ ହିତାଧିକାରୀଙ୍କ ଠାରୁ ଟଙ୍କା ନିଆଯାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଜଣ ପିଛା ୧୦୦ ଟଙ୍କାରୁ ୨୦୦ ଟଙ୍କା ନିଆଯାଉ ଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଆଧାର କାର୍ଡ ଭେଣ୍ଡର ପ୍ରତି ଶିଶୁ ପିଛା ୫୦ ଟଙ୍କା ଆଦାୟ କରୁ ଥିବା ବେଳେ ଅନ୍ୟ ହିତାଧିକାରୀଙ୍କ ପିଛା ୧୦୦ ଟଙ୍କା ଆଦାୟ କରୁ ଥିଲେ । ରାତି ହୋଇଗଲେ ଏହାକୁ ଦ୍ୱିଗୁଣିତ କରି ୧୦୦ ଓ ୨୦୦ ଟଙ୍କା ଆଦାୟ କରାଯାଉଥିଲା ।

ଗତକାଲି ରାତିରେ ପଡିଆ ବ୍ଲକର ଅତି ଦୁର୍ଗମ ସିଙ୍ଗାନଗୁଡା ଗାଁରୁ ଗ୍ରାସବାସୀ ମାନେ ଟଙ୍କା ଦେବା ସତ୍ୱେ ଆଧାର ପଂଜିକରଣ ହୋଇନଥିବାରୁ ଉତେଜନା ପ୍ରକାଶ ପାଇ ଥିଲା । ସ୍ଥାନୀୟ ଯୁବକ ଓ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧୀଙ୍କ ହସ୍ତକ୍ଷେ ପରେ ପୁନର୍ବାର କ୍ୟାମେରା ସମ୍ମୁଖରେ ଟଙ୍କା ଫେରାଇ ଥିଲେ ଆଧାର କର୍ମକର୍ତା । ତେବେ ସ୍ଥାନୀୟ ବାସିନ୍ଦା ଏହି ଘଟଣାର ବିଧିବଦ୍ଧ ତଦନ୍ତ ଦାବୀ କରି