ଆଧାର କାର୍ଡ ପାଇଁ ୨୦୦ ଟଙ୍କା ! ଲାଲଗଡରେ ନିରୀହ ଲୋକଙ୍କୁ ଲୁଟୁଛନ୍ତି ଆଧାର କର୍ମକର୍ତ୍ତା

21

କନକ ବ୍ୟୁରୋ : ଟଙ୍କା ନାହିଁ ତ ଆଧାର କାର୍ଡ ନାହିଁ । ଏଭଳି ଖବର ଆସିଛି ଲାଲଗଡରୁ । ମାଲକାନଗିରି ଜିଲ୍ଲାର ସିମାନ୍ତରେ ଥିବା ପୋଡିଆ ବ୍ଲକ ସଦର ମହକୁମା ସ୍ଥିତ ପଂଚାୟତ ଆଧାର କେନ୍ଦ୍ରରେ ହିତାଧିକାରୀଙ୍କ ଠାରୁ ଟଙ୍କା ନିଆଯାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଜଣ ପିଛା ୧୦୦ ଟଙ୍କାରୁ ୨୦୦ ଟଙ୍କା ନିଆଯାଉ ଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଆଧାର କାର୍ଡ ଭେଣ୍ଡର ପ୍ରତି ଶିଶୁ ପିଛା ୫୦ ଟଙ୍କା ଆଦାୟ କରୁ ଥିବା ବେଳେ ଅନ୍ୟ ହିତାଧିକାରୀଙ୍କ ପିଛା ୧୦୦ ଟଙ୍କା ଆଦାୟ କରୁ ଥିଲେ । ଆଉ ରାତି ହୋଇଗଲେ ଦୁଇଗୁଣା ଚାର୍ଜ । ପିଲାଙ୍କୁ ୧୦୦, ବଡ ଲୋକଙ୍କୁ ୨୦୦ ।

aadhar ବେଶ୍ କିଛି ଦିନ ହେଲା ଏମିତି ଚାଲିଥିଲା ଟଙ୍କା କାରବାର । ହେଲେ ଟଙ୍କା ଦେଇ ମଧ୍ୟ ଆଧାର କାର୍ଡ ନପାଇବାରୁ ଉତେଜନା ଦେଖାଦେଇଥିଲା । ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ଲୋକଙ୍କୁ ଟଙ୍କା ଫେରାଇଥିଲେ ସଂପୃକ୍ତ ସଂସ୍ଥାର କର୍ମକର୍ତା । ମାଲକାନଗିରିର ଏଦୃଶ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟର ଅନ୍ୟ ସ୍ଥାନରେ ବି ଆଧାର ପାଇଁ ଏଭଳି ଟଙ୍କା କାରବାର ହେଉଥିବା ଆଶଙ୍କା କରାଯାଉଛି । ଗୋଟିଏ ପଟେ ସବୁ କ୍ଷେତ୍ରରେ ଆଧାର ଲିଙ୍କ କରିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ଆଧାର କାର୍ଡ ପଞ୍ଜିକରଣ କରୁଥିବା ସଂସ୍ଥା ଏହାର ଫାଇଦା ନେବାରେ ଲାଗିଛନ୍ତି । ତେବେ ଏହା ଉପରେ ସରକାରଙ୍କର କେବେ ନଜର ପଡୁଛି ତାହା ଦେଖିବା ବାକି ରହିଲା ।