ବିମୁଦ୍ରାକରଣ ସମୟରେ ଆପଣ ବି ଟଙ୍କା ଜମା କରିଛନ୍ତି କି ? ବ୍ୟାଙ୍କ ପଠାଉଛି ନୋଟିସ୍, ପଢ଼ନ୍ତୁ ପୁରା ଖବର

42

ଦେଶରୁ କଳାଧନକୁ ମୂଳପୋଛ କରିବା  ପାଇଁ ୨୦୧୬ ନଭେମ୍ବର ୮ରେ ମୋଦି ସରକାର ବିମୁଦ୍ରାକରଣ ଘୋଷଣା କରିଥିଲେ ।  ଅର୍ଥ ବ୍ୟବସ୍ଥାରୁ ଉଚ୍ଚମୂଲ୍ୟର ନୋଟ୍ ଯଥା ୫୦୦ ଏବଂ ୧୦୦୦ ଟଙ୍କିଆକୁ ବାଦ୍ ଦିଆଗଲେ ଅର୍ଥନୀତିରେ କଳାଧନ କାରବାରକୁ କମାଯାଇପାରିବ ବୋଲି କୁହାଯାଇଥିଲା । ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ କଳାଧନ ଏବଂ ଜାଲନୋଟ ବ୍ୟବହାର ଉପରେ ରୋକ ଲଗାଇବା ବିମୁଦ୍ରାକରଣ ଅନ୍ୟ ଲକ୍ଷ୍ୟ ଥିଲା । ତେବେ ବିମୁଦ୍ରାକରଣ ସମୟରେ ସାଧାରଣ ଜନତାଙ୍କୁ ଅନେକ ହଇରାଣ ହେବାକୁ ପଡ଼ିଥିଲା । ତେବେ କିଛିକାଂଶରେ କଳାଧନ ଉପରେ ରୋକ ଲାଗିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । କାର୍ଯ୍ୟାନଷ୍ଠାନ ଭୟରେ  ସେହି ସମୟରେ ବ୍ୟାଙ୍କରେ ଟଙ୍କା ଜମାନକରି କିଛି ଲୋକ ନଦୀ ନାଳ ଠାରୁ ଆରମ୍ଭ କରି ସମୂଦ୍ର ଆଦିରେ ବସ୍ତା ବସ୍ତା କଳାଟଙ୍କା ଭସାଇଦେଲେ । ଆଉ କିଛି ସାଧାରଣ ଲୋକ ବ୍ୟାଙ୍କରେ ଟଙ୍କା ଜମା କଲେ । ତେବେ ସେହି ସମୟରେ ଯେଉଁମାନେ ବ୍ୟାଙ୍କରେ ଟଙ୍କା ଜମା କରିଛନ୍ତି , ତାଙ୍କ ପାଇଁ ବଡ଼ ଖବର ।

ବିମୁଦ୍ରକାରଣ ସମୟରେ ବ୍ୟାଙ୍କରେ ଟଙ୍କା ଜମା କରିଛନ୍ତି କି ? ସେହି ସମୟରେ ଟଙ୍କା ଜମା କରିଥିଲେ ଆୟମର ବିଭାଗ ସେହି ଲୋକଙ୍କୁ ନୋଟିସ୍ ପଠାଉଛି । ଯେଉଁମାନେ ବିମୁଦ୍ରାକରଣ ସମୟରେ ୧୫ ଲ୫ ଟଙ୍କାରୁ ଅଧିଳ ଟଙ୍କା ଜମା କରିଥିଲେ ତାଙ୍କ ପାଖକୁ ଯାଉଛି ନୋଟିସ୍ । ପାଖାପାଖି ୨ ଲକ୍ଷ ଲୋକଙ୍କୁ ନୋଟିସ ପଠାଯାଇଛି ବୋଲି ବ୍ୟାଙ୍କ ଗୁଡ଼ିକ ତରଫରୁ ସୂଚନା ମିଳିଛି । ଡିସେମ୍ବର ଓ ଜାନୁୟାରୀ ମାସର ତଥ୍ୟ ଅନୁସାରେ ଏହି ନୋଟିସି ପଠାଯାଇଛି । ଆଉ ଏନେଇ ଶକ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଚାଲିଛି ।

ସୂଚନା ଅନୁସାରେ ଯେଉଁମାନେ ଆୟକର ରିଟର୍ଣ୍ଣ ପଇଠ କରିନାହାନ୍ତି, ତାଙ୍କୁ ହିଁ ଏହି ନୋଟିସ୍ ପଠାଯାଇଛି । ଏବେ ସେମାନେଙ୍କ ଟଙ୍କାର ସଠିକ ହିସାବ ମିଳିପାରୁ ନାହିଁ । ତେଣୁ ଏପରି ନିଷ୍ପତ୍ତି ନିଆଯାଇଛି । ଏପରି ଲୋକଙ୍କୁ ଏବେ ନୋଟିସ୍ ପଠାଯାଇ ହିସାବ ମଗାଯାଉଛି । ଯେଉଁମାନେ ଏଥିରେ ସହଯୋଗ ନକରିବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି  ।