ଏସବିଆଇ ଗ୍ରାହକ ଟଙ୍କା ଜମା କରିବା ପୂର୍ବରୁ ସାବଧାନ ! ପଢ଼ିନିଅନ୍ତୁ ଏହି ଖବର . . .

89

କନକ ବ୍ୟୁରୋ : ଦିନକୁ ଦିନ ବ୍ୟାଙ୍କରେ ଜାଲିଆତି ବଢିବାରେ ଲାଗିଛି । କେବଳ ଏତିକି ନୁହେଁ ଅନେକ ସମୟରେ ଗ୍ରାହକ ଏଥିପାଇଁ ଅଭିଯୋଗ ମଧ୍ୟ କରିବାର ନଜିର ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ବ୍ୟାଙ୍କଙ୍ଗ୍ ସେବାରେ ଅନେକ ପରିବର୍ତନ ଆଣିବା ପାଇଁ ଯାଉଛି । ତେବେ ଜଣେ ବ୍ୟକ୍ତି ଅନ୍ୟ କୈାଣସି ବ୍ୟାକ୍ତିଙ୍କ ଖାତାରେ ଅର୍ଥ ଜମା କରିପାରିବ ନାହିଁ । ଯାହା ନାମରେ ଖାତା ଥିବା କେବଳ ସେ ହିଁ ଜମାକରିପାରିବ ବୋଲି ଜଣାପଡିଛି । ନୋଟବନ୍ଦୀ ସମୟରେ ଅନେକ ଜମାକାରୀଙ୍କ ଖାତାରେ ବହୁ ଅଧିକ ଟଙ୍କା ହୋଇଥିବା ନଜର ରହିଛି । ସେହି ଅଧିକ ପରିମାଣରେ ଟଙ୍କା ଜମା ପାଇଁ ଆୟକର ବିଭାଗ ମଧ୍ୟ ଖୋଲତାଡ କରୁଥିବା ସୂଚନା ମିଳିଛି । ତେବେ ଆୟକର ବିଭାଗ ଚଢାଉ କରିବା ପରେ ସେମାନେ ସଫେଇ ଦେଇଥିଲେ ଯେ, ଆମ ଖାତାରେ କେଉଁମାନେ ଜମା କରିଛନ୍ତି ତାହା ଆମକୁ ଜଣାନାହିଁ । ତେବେ ଏହାପରେ ବିଭାଗ ବ୍ୟାଙ୍କକୁ ଏକ ଅନୁରୋଧ କରିଥିଲା କି କେବଳ ଯେଉଁମାନଙ୍କର ବ୍ୟାଙ୍କରେ ଖାତା ରହିଛି ସେମାନେ କେବଳ ହିଁ ଟଙ୍କା ଜମା କରିପାରିବେ । ତେବେ ଏପର ନିୟମ ଖୁବଶୀଘ୍ର ଲାଗୁ କରାଯିବ ବୋଲି ଜଣାପଡିଛି ।

 

ଏହାସହ ମିଳିଥିବା ସୂଚନା ଅନୁସାରେ ଯେଉଁମାନେ ବିଦେଶରେ ରହୁଛନ୍ତି ସେମାନଙ୍କ ଅନୁମତିରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ଖାତାରେ ଟଙ୍କା ଜମା କରିପାରିବେ ବୋଲି ଜଣାପଡିଛି । ତେବେ ଏହି ଅନୁମତି ୨ ପ୍ରକାର ହୋଇପାରିବ । ତେବେ ଜମାକରିବା ଖାତାରେ ନିଜର ଦସ୍ତଖତ କରିବେ ଅଥବା କୈାଣସି ଏକ କାଗଜରେ ନିଜର ଅନୁମତି ଲେଖିବା ସହ ଦସ୍ତଖତ କରିବାର ଆବଶ୍ୟକତା ରହିଛି । ଟଙ୍କା ଜମା କଲାବେଳେ ଫର୍ମସହ ନିଜର ଦସ୍ତଖତ ଦେବା ପାଇଁ ବ୍ୟାଙ୍କ କହିଛି । ତେବେ ପୂର୍ବରୁ ବ୍ୟାଙ୍କରେ ଟଙ୍କା ଜମା କରିବା ସମୟରେ ଗୋଟିଏ ଫର୍ମ ପୂରଣ କରିବା ପାଇଁ ପଡୁଥିଲା । ଏହାପରେ ହୋଇଯାଉଥିଲା ଜମା । ଜମା କରିବାକୁ ଥିବା ବ୍ୟକ୍ତିଙ୍କ ପାଖରେ ଜଦି ଗ୍ରୀନ କାର୍ଡଥିବ ତେବେ ସେ ଆରାମରେ ଟଙ୍କା ଜମା କରିପାରିବ । ଏହାସହ ନିଜର ଯଦି ଇଣ୍ଟରନେଟ ବ୍ୟାଙ୍କଙ୍ଗ୍ ସୁବିଧା ଥିବ ତେବେ ସେ ଅନଲାଇନରେ ମଧ୍ୟ ବ୍ୟାଙ୍କରେ ଟଙ୍କା ଜମା କରିପାରିବା ସହ ଆକାଉଣ୍ଟ ମାଧ୍ୟମରେ ଟ୍ରାନ୍ସଫର ମଧ୍ୟ କରିହେବ । ଏହି ସୁବିଧା ନଥିଲେ ମଧ୍ୟ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିହେବ । ଏପରି ନୂଆ ବ୍ୟବସ୍ଥା ହେବା ଦ୍ୱାରା ଲେକମାନେ ଲାଭବାନ ହେବେ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ନୂଆ ବ୍ୟବସ୍ଥାରେ ବ୍ୟାଙ୍କର ଗ୍ରାହକମାନଙ୍କ ସୁବିଧା ହେବ ବୋଲି ବିଭାଗ ସୂଚନା ଦେଇଛି ।