୨ ଲକ୍ଷରୁ ଆରମ୍ଭ କରିଥିଲେ କୋଚିଙ୍ଗ୍ କ୍ଲାସ୍ , ଏବେ ମାସିକ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ରୋଜଗାର କରନ୍ତି ବାୟଜୁ । 

35

କେରଳର ଏକ ଛୋଟ ଗାଁରୁ ଆସିଥିବା ପିଲା ଯେ କୋଚିଙ୍ଗ୍ ସେଣ୍ଟରରୁ କୋଟିପତି ପାଲଟିଯିବ ଏହା ସେ ନିଜେ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିବ । କିନ୍ତୁ କୁହନ୍ତି ନା ବୁଦ୍ଧି ଥିଲେ ବାଟ ଆପେ ଆପେ ମିଳେ । ଠିକ୍ ସେମିତି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବାୟଜୁ ରବିନ୍ଦ୍ରନ୍ । କେରଳର କନ୍ନୁର ଜିଲ୍ଲାର ଅଝୁକୋଡ୍ ନାମକ ଗ୍ରାମରେ ପ୍ରାରମ୍ଭିକ ପାଠ୍ୟକ୍ରମ ଶେଷ କରିବା ପରେ କାଲୀକଲ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ କରି ସେ ଏକ କମ୍ପାନୀରେ କାମ କରୁଥିଲେ । ଏହି ସମୟରେ ନିଜର କିଛି ଏମବିଏ ବନ୍ଧୁମାନଙ୍କୁ ପରୀକ୍ଷା ସମୟରେ ସାହାଯ୍ୟ କରିବା ପାଇଁ ସେ ତାଙ୍କୁ ପାଠ ପଢାଉଥିଲେ । ସାଙ୍ଗମାନଙ୍କ ପରୀକ୍ଷାରେ ଭଲ ନମ୍ବର ଆସିବାରୁ ସେମାନେ ବାୟଜୁଙ୍କୁ କୋଚିଙ୍ଗ୍ କ୍ଲାସ୍ ଆରମ୍ଭ କରିବା ପାଇଁ ପରାମର୍ଶ ଦେଲେ । ଏହି ସମୟଠାରୁ ଆରମ୍ଭ ହେଲା ବାୟଜୁଙ୍କ ବିଜନେସ୍ ଯାତ୍ରା ।

୨ ଲକ୍ଷ ଟଙ୍କା ବ୍ୟୟରେ ସେ କୋଚିଙ୍ଗ୍ କ୍ଲାସ୍ ଆରମ୍ଭ କରିଥିଲେ । ପରମୁହୂର୍ତ୍ତରେ ଅଧିକ ଲୋକଙ୍କ ପାଖକୁ ତାଙ୍କ ପାଠପଢା ଶୈଳୀ ଯେପରି ଯାଇପାରିବ ସେଥିପାଇଁ ସେ ଏକ ଖାସ୍ ଉପାୟ ବିଚାର କଲେ । ସେ ଅନଲାଇନ୍ ଟିଚିଙ୍ଗ୍ ପ୍ରକ୍ରିୟାକୁ ଆପଣାଇଥିଲେ । ୨୦୦୯ ମସିହାରେ କ୍ୟାଟ୍ ପରୀକ୍ଷା ପାଇଁ ଅନଲାଇନ୍ ଭିଡିଓ ବେଷ୍ଟ ଲର୍ଣ୍ଣିଙ୍ଗ୍ ପ୍ରୋଗ୍ରାମ୍ ଷ୍ଟାର୍ଟ କଲେ । ଏହାପରେ ସେ ଗୋଟିଏ ପରେ ଗୋଟିଏ ଲର୍ଣ୍ଣିଙ୍ଗ୍ ଭିଡିଓ ଏବଂ ଏହାର ସରଳ ପ୍ରକ୍ରିୟାକୁ ୟୁଟ୍ୟୁବରେ ଛାଡିବା ପ୍ରକ୍ରିୟା ଆରମ୍ଭ କରିଦେଲେ ।

ଏହାପରେ ସେ କ୍ୟାଟ୍ ବ୍ୟତୀତ ଚତୁର୍ଥରୁ ଦ୍ୱାଦଶ ପର୍ଯ୍ୟନ୍ତ ଏବଂ ଅନ୍ୟ ପାଠ୍ୟକ୍ରମ ବିଷୟରେ ମଧ୍ୟ ଟ୍ୟୁସନ୍ ଆରମ୍ଭ ହେଲା । ଏହାପରେ ସେ ନିଜ ନାଁ ଅନୁସାରେ ‘ବାୟଜୁସ୍ : ଦ ଲର୍ଣ୍ଣିଙ୍ଗ୍ ଆପ୍କ୍ଷ’ ପ୍ରସ୍ତୁତ କଲେ । ସ୍ମାର୍ଟପୋନ୍ ଜମାନାରେ ପ୍ରତ୍ୟେକଟି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପାଖରେ ଏହି ଆପର ଲୋକପ୍ରିୟତା ବଢିଲା । ଏହି ଆପ୍ ଜରିଆରେ ୨ କୋଟି ଛାତ୍ରଛାତ୍ରୀ ବାୟଜୁଙ୍କ ସହ ଜଡିତ ଅଛନ୍ତି । ବର୍ତ୍ତମାନ ବାୟଜୁ ନିଜ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ବଢାଇବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି । ବର୍ତ୍ତମାନ ବାୟଜୁଙ୍କର ନିଜସ୍ୱ ଏଡଟେକ୍ କମ୍ପାନୀ ରହିଛି । ଯେଉଁଥିରେ ସେ ମାସିକ ୧୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା କମାଉଛନ୍ତି । ଏହି କମ୍ପାନୀର ଆଡ୍ ବଳିଉଡ୍ ଅଭିନେତା ଶାହରୁଖ୍ ଖାନ୍ କରୁଛନ୍ତି ।