ଭାରତରେ ପ୍ରବେଶ କଲା ଭୟଙ୍କର ମୃତ୍ୟୁର ଖେଳ ! ବ୍ଲୁ ହ୍ୱେଲ୍ ଏବଂ କିକି ପରେ ମୋମୋ ଚ୍ୟାଲେଞ୍ଜ ଭାରତରେ ନେଲା ପ୍ରଥମ ଜୀବନ ।

55

ପ୍ରଥମେ ବ୍ଲୁ ହ୍ୱେଲ୍ ପରେ କିକି ଚ୍ୟାଲେଞ୍ଜ ଆଉ ଏବେ ମୋମୋ ଚ୍ୟାଲେଞ୍ଜ ନେଉଛି ନିରିହ ଲୋକଙ୍କ ଜୀବନ । ହ୍ୱାଟ୍ସଆପରେ ଏକ ଅପରିଚିତ ନମ୍ବରରୁ ମେସେଜ ଆସି ଲୋକଙ୍କୁ ଟ୍ୟାକ୍ସ କରିବା ପାଇଁ ଚ୍ୟାଲେଞ୍ଜ ଦେଇଥାଏ । ଗୋଟିଏ ଚ୍ୟାଲେଞ୍ଜକୁ ପୁରା କରିବା ପରେ ଆଉ ଏକ ଚ୍ୟାଲେଞ୍ଜ ଦିଆଯାଇଥାଏ । ଏହିଭଳି ଭାବେ ଶେଷରେ ମୃତ୍ୟୁର ଚ୍ୟାଲେଞ୍ଜ ଦିଆଯାଇଥାଏ । ଏହି ଚ୍ୟାଲେଞ୍ଜ କାରଣରୁ ବିଦେଶରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ଭାରତରେ ଜଣେ ଲୋକ ମୋମୋ ଚ୍ୟାଲେଞ୍ଜର ଶିକାର ହୋଇଛି ।

କିଛି ଦିନ ହେବ ମୋମୋ ଚ୍ୟାଲେଞ୍ଜକୁ ନେଇ ଦେଶରେ ଲୋକମାନଙ୍କୁ ସତର୍କ କରାଯାଉଥିବା ବେଳେ ଏବେ ଦାର୍ଜିଲିଂରେ ପ୍ରଥମ ଜୀବନ ନେଇଛି ଏହି ଚ୍ୟାଲେଞ୍ଜ । ମନୀଷ ନାମକ୧୮ବର୍ଷୀୟ ଯୁବକ ନିଜ ଘର ଠାରୁ କିଛି ଦୂରରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା କରିଥିବା ସ୍ଥାନରେ ଅଜବ ଧରଣର ଚିତ୍ର ଅଙ୍କା ଯାଇଥିବା ବେଳେ ‘ଇଲୁମିନାଟି’, ‘ହ୍ୟାଙ୍ଗଡ଼୍ ମ୍ୟାନ୍’ ଏବଂ ‘ଡ଼େଭିଲ୍ସ ଓ୍ଵାନ ଆଏ’ ଭଳି ଶବ୍ଦ ଲେଖାଯାଇଥିବା ଦେଖାଯାଇଛି । ଏ ସବୁ ସଙ୍କେତରୁ ପୁଲିସ ଏହା ମୋମୋ ଚ୍ୟାଲେଞ୍ଜର ପରିଣତି ବୋଲି ସନ୍ଦେହ କରିଛି । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ ।

ଅନ୍ୟ ପକ୍ଷରେ ମନୀଷ ପଢ଼ୁଥିବା କଲେଜର ଶିକ୍ଷୟତ୍ରୀଙ୍କ କହିବା ଅନୁଯାୟୀ, ସ୍କୁଲର କିଛି ପିଲା ମୋମୋ ଚ୍ୟାଲେଞ୍ଜ ଖେଳିବା ଆରମ୍ଭ କରିଥିଲେ । କିନ୍ତୁ କିଛି ସମୟ ପରେ ସେମାନେ ଏହାକୁ ଖେଳିବା ବନ୍ଦ କରି ଦେଇଥିଲେ । ବୋଧ ହୁଏ ମନୀଷ ଏହାକୁ ବନ୍ଦ ନ କରି ଖେଳୁଥିବାରୁ ତାଙ୍କ ସହ ଏପରି ଘଟିଛି । ତେବେ ପ୍ରକୃତ ଘଟଣା କ’ଣ ତାହା ସ୍ପଷ୍ଟ ହୋଇ ନାହିଁ ।