ଯାହାକୁ ରଖିବେ ଅନନ୍ତ ! ଟ୍ରେନରୁ ପଡି ଅଳ୍ପକେ ବର୍ତ୍ତିଲେ ଶିଶୁ

33

ଟ୍ରେନରେ ଚଢିବା ସମୟରେ ଗଳିପଡିଲେ ଶିଶୁ । ୨ ବର୍ଷିୟ ଶିଶୁ ଏଡେନ ତା’ର ପରିବାର ଲୋକଙ୍କ ସହ ଟ୍ରେନ ଓ ଟ୍ରେନରେ ଯିବା ସମୟରେ ଧାରଣା ମଧ୍ୟରେ ଥିବା ଫାଙ୍କରେ ଗଳିପଡିଥିଲେ । ଉକ୍ତ ଦୃଶ୍ୟର ଭିଡିଓ ଏବେ ଭାଇରାଲ ହୋଇଛି । ଏମିତି ଏକ ଖବର ପ୍ରକାଶ ପାଇଛି ଏନଡିଟିଭିରେ ।

ସୂଚନା ଅନୁସାରେ ଏଡେନ ତା’ର ପରିବାର ଲୋକଙ୍କ ସହ ଟ୍ରେନରେ ଚଢିବା ସମୟରେ ଅସାବଧାନତା ଯୋଗୁଁ ଫାଙ୍କରେ ଗଳି ପଡିଥିଲେ । ଏହାଦେଖି ଏଡେନର ପରିବା ଲୋକ ଟ୍ରେନ ଚାଳକକୁ ହାତ ଦେଖାଇ ଟ୍ରେନ ନଚଳାଇବା ପାଇଁ ସୂଚନା ଦେଇଥିଲେ । ଏହି ଘଟଣା ଏକ ବର୍ଷ ପୂର୍ବରୁ ଘଟିଥିଲା ସିଡନିର କ୍ରୋନୁଲା ଷ୍ଟେସନରେ । କିନ୍ତ ଏହି ଭିଡିଓ ଫୁଟେଜକୁ ଏବେ ରିଲିଜ କରାଯାଇଛି । ଟ୍ରେନରେ ଛୋଟ ପିଲାଙ୍କୁ ଧରି ଯାତ୍ରା କରୁଥିବା ବାପା ମା’ଙ୍କୁ ସଚେତନ କରାଯିବା ପାଇଁ ଏହି ଭିଡିଓ ପୋଷ୍ଟ ହୋଇଛି ବୋଲି ଜଣାପଡିଛି ।