ସଂଧ୍ୟା ଦର୍ଶନ ବେଳେ ଯୁବତୀଙ୍କୁ ଅସଦାଚରଣ ମାମଲା ! ତଦନ୍ତ ପାଇଁ ଭୁବନେଶ୍ୱରରେ ୨ ଜଣିଆ ଟିମ୍

20

କନକ ବ୍ୟୁରୋ: ଶ୍ରୀଗୁଣ୍ଡିଚାରେ ସଂଧ୍ୟା ଦର୍ଶନ ବେଳେ ଯୁବତୀଙ୍କୁ ଅସଦାଚରଣ ଘଟଣାର ହେବ ତଦନ୍ତ । ଏନେଇ ପୁରୀ ଏସପି ସାର୍ଥକ ଷଡଙ୍ଗୀଙ୍କୁ ପୋଲିସ ମହାନିର୍ଦ୍ଦେଶକ କେବି ସିଂ ନିର୍ଦ୍ଦେଶ ଦେବା ପରେ ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଘଟଣାର ତଦନ୍ତ ପାଇଁ ପୁରୀରୁ ଦୁଇ ଜଣିଆ ଟିମ୍ ଭୁବନେଶ୍ୱର ଆସିଛନ୍ତି ।

କୁମ୍ଭାରପଡା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ଓ ମହିଳା ଅଧିକାରୀ ସସ୍ମିତା ବେହେରା ଭୁବନେଶ୍ୱର ଆସିଛନ୍ତି । ୧୬୧ ଧାରାରେ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି । ସଂଧ୍ୟା ଦର୍ଶନ ବେଳେ ଅସଦାଚାରଣ ନେଇ ଅଭିଯୋଗ ଆଣିଥିବା ଯୁବତୀଙ୍କୁ ଭେଟି ପଚରାଉଚରା କରିବେ ।