ଆରଏସଏସ ମୁଖ୍ୟଙ୍କ ବୟାନକୁ ନେଇ ରାଜନୀତି !  ଜେଡିୟୁ କହିଲା ରାମ ମନ୍ଦିର ନୁହେଁ ଏନଡିଏର ଏଜେଣ୍ଡା ।

55

କନକ ବ୍ୟୁରୋ : ରାମ ମନ୍ଦିରକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବଡ ବୟାନ ପରେ ଆସିଲା ବିଭିନ୍ନ ପ୍ରତିକ୍ରିୟା । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ବିରୋଧୀ ମଧ୍ୟ ରୋକିପାରିବେ ନାହିଁ ବୋଲି କହିଥିଲେ ଭାଗବତ । ସେ କହିଥିଲେ ଯେ ଦେଶର ଅଧିକାଂଶ ଲୋକ ଶ୍ରୀରାମଙ୍କ ଭକ୍ତ ହୋଇଥିବାରୁ ବିରୋଧୀ ଦଳ ଗୁଡିକ ନକାରାତ୍ମକ ପଦକ୍ଷେପ ନେଇପାରିବେ ନାହିଁ । ହରିଦ୍ୱାର ପତଞ୍ଜଳିର କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ଏପରି ଏକ ବୟାନ ଦେଇଥିଲେ ଆରଏସଏସ ମୁଖ୍ୟ ।

ତେବେ ଭାଗବତଙ୍କ ଏପରି କଥାକୁ ଏନଡିଏର ସହଯୋଗୀ ଦଳମାନେ ମଧ୍ୟ ଗ୍ରହଣ କରିନଥିବା ଜଣାପଡିଛି । ଜେଡିୟୁ ପକ୍ଷରୁ କୁହାଯାଇଛି ଯେ ରାମ ମନ୍ଦିର ପ୍ରସଙ୍ଗ ଏନଡିଏର ଏଜେଣ୍ଡା ନୁହେଁ । ଜେଡିୟୁ ନେତା କେସି ତ୍ୟାଗି କହିଛନ୍ତି, ରାମ ମନ୍ଦିର ପ୍ରସଙ୍ଗ ଏନଡିଏର ଏଜେଣ୍ଡାରେ ନା ପ୍ରଥମରୁ ଥିଲା ନା ଏବେ ଅଛି । ଜେଡିୟୁ ସହ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଭାଗବତଙ୍କ ବୟାନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ୨୦୧୯ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି ଜୋର ଧରିଛି । ସାଧୁସନ୍ଥ ମଧ୍ୟ ଏହି ପ୍ରସଙ୍ଗରେ ନିଜର ସ୍ୱରକୁ ଶାଣିତ କରୁଛନ୍ତି ।